Breaking PLUSଓଡ଼ିଶାଦେଶମୁଖ୍ୟ ଖବର
ବିଜାପୁରରେ ମାଓ ବିରୋଧୀ ଅଭିଯାନ ଜୋରଦାର

ଓଡ଼ିଶା ସୀମାନ୍ତ ଛତିଶଗଡ଼ର ଘଞ୍ଚ ଜଙ୍ଗଲରେ ପଇଁତରା ମାରୁଛି ଏମଆଇ-୧୭ହେଲିକପ୍ଟର। ଯବାନମାନେ ପାହାଡ଼ ଶୀର୍ଷରେ ରହି ଅପରେସନ୍ କରୁଛନ୍ତି। ମାଓବାଦୀମୁକ୍ତ କରିବା ଲାଗି ସେମାନେ ଗତ ୫ ଦିନ ଧରି ବଡ଼ ଧରଣର ଅପରେସନ ଚଳାଇଛନ୍ତି। ଛତିଶଗଡ଼- ତେଲେଙ୍ଗାନା ସୀମାରେ ବିଜାପୁର ଓ ଭଦ୍ରାଚଲମ ସୀମାବର୍ତ୍ତୀ କରିଗେଟାଲ ଜଙ୍ଗଲରେ ଅପରେସନ ଜାରି ରହିଛି। ୧୦ ହଜାର ଯବାନ କରିଗେଟା ଜଙ୍ଗଲକୁ ଘେରି ରଖିଛନ୍ତି। ଜଙ୍ଗଲରେ ଏକ ହଜାର ମାଓବାଦୀଙ୍କୁ ଘେରି ରଖିଛନ୍ତି ଯବାନ।