Breaking PLUSଓଡ଼ିଶାମୁଖ୍ୟ ଖବର

ନୂଆପଡ଼ା ପାଇଁ ଷ୍ଟାର ପ୍ରଚାରକ ତାଲିକା ଜାରି କଲା ବିଜେଡି

ନୂଆପଡା- ନୂଆପଡ଼ା ପାଇଁ ଷ୍ଟାର ପ୍ରଚାରକ ତାଲିକା ଜାରି କଲା ବିଜେଡି । ନବୀନ ପଟ୍ଟନାୟକଙ୍କ ସମେତ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ।ନୂଆପଡାରେ ପ୍ରାର୍ଥୀ ହୋଇଥିବା ସ୍ନେହାଙ୍ଗିନୀଙ୍କ ପାଇଁ ପ୍ରଚାର କରିବେ ସଭାପତି ନବୀନ ପଟ୍ଟନାୟକ ।

ଏହାସହିତ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ରାଜା ସ୍ୱାଇଁ, ନୀରଞ୍ଜନ ପୂଜାରୀ, ଅରୁଣ ସାହୁ, ପ୍ରତାପ ଦେବ, ପ୍ରଣବ ପ୍ରକାଶ ଦାସ, ଅତୁନ ସବ୍ୟସଚୀ ନାୟକ, ପ୍ରତାପ ଜେନା, ସଞ୍ଜୟ କୁମାର ଦାସ ବର୍ମା, ଦେବୀ ଶଙ୍କର ମିଶ୍ର, କଳିକେଶ ସିଂହ ଦେଓ, ସାରଦା ନାୟକ ପ୍ରମୁଖ ପ୍ରଚାର କରିବେ । ବିଜେଡିର ସମସ୍ତ ବରିଷ୍ଠ ନେତାମାନେ ସ୍ନେହାଙ୍ଗିନୀଙ୍କ ପାଇଁ ପ୍ରଚାର କରିବା ସହ ଭୋଟ ଭିକ୍ଷା କରିବେ । ଆସନ୍ତା ସୋମବାର ଦିନ ସ୍ନେହାଙ୍ଗିନୀ ଛୁରିଆ ନାମାଙ୍କନ ଦାଖଲ କରିବେ ।

Show More

Related Articles

Back to top button