ବେନାମୀ ପୋଷ୍ଟରକୁ ନେଇ ବିଜେଡ଼ି- ବିଜେପି ମୁହାଁମୁହିଁ

ରାଜଧାନୀ ସାରା ବେନାମୀ ପୋଷ୍ଟରକୁ ନେଇ ବିଜେଡ଼ିର ବଡ଼ ଅଭିଯୋଗ, ଚକ୍ରାନ୍ତକାରୀ ମାନେ ମାରିଛନ୍ତି ପୋଷ୍ଟର
ଭୁବନେଶ୍ୱର, 25 ମାର୍ଚ୍ଚ – ରାଜଧାନୀ ସାରା ବେନାମୀ ପୋଷ୍ଟରକୁ ନେଇ ବିଜେଡ଼ିର ବଡ଼ ଅଭିଯୋଗ । ଚକ୍ରାନ୍ତକାରୀ ମାନେ ମାରିଛନ୍ତି ପୋଷ୍ଟର । ଚକ୍ରାନ୍ତକାରୀ ମାନଙ୍କ କାମ ହେଉଛି ସବୁବେଳେ ଚକ୍ରାନ୍ତ କରିବା । ବିଜେପିର ସହଯୋଗରେ ଚକ୍ରାନ୍ତକାରୀ ମାନେ ପୋଷ୍ଟର ଲଗାଇଛନ୍ତି ବୋଲି ବିଜେଡ଼ି ବିଧାୟକ ଧ୍ରୁବ ସାହୁ କହିଛନ୍ତି । ସେମାନେ 3 ମାସ ଆଗରୁ ନିଜେ ଚକ୍ରାନ୍ତ କରିଥିଲେ ବୋଲି ନିଜେ ସ୍ୱୀକାର କରିଛନ୍ତି । ବିଜୁ, ନବୀନ ପରିବାର ସବୁବେଳେ ତ୍ୟାଗ ପାଇଁ ପରିଚିତ । ହେଲେ କିଛି ଫରକ ପଡ଼ିବନି । ନବୀନ ବାବୁଙ୍କ ଉପରେ ଯେତେ ଚେଷ୍ଟା କଲେ ବି ଚକ୍ରାନ୍ତକାରୀ କଳା ଦାଗ ଲଗାଇପାରିବେ ନାହିଁ । ସବୁ ଉଦ୍ୟମ ପଣ୍ଡ ହେବ ବୋଲି ସେ କହିଛନ୍ତି।
ବେନାମୀ ପୋଷ୍ଟର ନେଇ ବିଜେପିର ପ୍ରତିକ୍ରିୟା । ବିଜେଡ଼ି ଅଭିଯୋଗକୁ ଖଣ୍ଡନ କରିଛି ବିଜେପି । ବିଜେପି ବିଧାୟକ ସନ୍ତୋଷ ଖଟୁଆ କହିଛନ୍ତି ଯେ, ଏ ପୋଷ୍ଟର ସାଧାରଣ ଲୋକେ ମାରିଛନ୍ତି । ଆମେ ମାରିଥିଲେ ଗେରୁଆ ହେଇଥାନ୍ତା । ତାଙ୍କ ଦଳ ଭିତରେ ଥିବା ଅସନ୍ତୁଷ୍ଟ ବି ଏଥିରେ ବି ସାମିଲ୍ ଅଛନ୍ତି । ଆଗକୁ ଗାଁ ଗହଳିରେ ମାରି ପାରନ୍ତି ଲୋକେ ବୋଲି ସେ କହିଛନ୍ତି ।



