ପ୍ରଭାତ ବିଶ୍ବାଳଙ୍କୁ ବବି ଦାସଙ୍କ ଟାର୍ଗେଟ୍-ବିଜେଡିକୁ ଭୋଟ୍ ଦେବା ପାଇଁ ୮ କୋଟି ମାଗିଥିଲେ ପ୍ରଭାତ ବିଶ୍ବାଳ’

ଭୁବନେଶ୍ୱର, 13 ଏପ୍ରିଲ-ବିଜେଡି ଯୁବ ଛାତ୍ର ସମାବେଶରେ ପ୍ରଭାତ ବିଶ୍ବାଳଙ୍କୁ ବବି ଦାସଙ୍କ ଟାର୍ଗେଟ୍ । ଯାଜପୁର ମାଳ ଆନନ୍ଦପୁର ସମାବେଶରେ ପ୍ରଭାତ ଓ ତାଙ୍କ ପୁଅଙ୍କୁ ଟାର୍ଗେଟ୍ କରିଛନ୍ତି ।ରାଜ୍ୟସଭା ନିର୍ବାଚନ ଘୋଡ଼ା ବେପାର ପ୍ରସଙ୍ଗରେ ମତ ରଖିଛନ୍ତି ବବି ।
ସେ କହିଛନ୍ତି ଯେ, ‘ବିଜେଡିକୁ ଭୋଟ୍ ଦେବା ପାଇଁ ୮ କୋଟି ମାଗିଥିଲେ ପ୍ରଭାତ ବିଶ୍ବାଳ । ୮ କୋଟି ଟଙ୍କା ଋଣ ଅଛି, ବବି ଶୁଝିଲେ ଦେବି ଭୋଟ୍ କହିଥିଲେ ।ବିଜେଡି ବିଧାୟକ ଧ୍ରୁବ ସାହୁ ଅଛନ୍ତି ସାକ୍ଷୀ- । ମୁଁ ପ୍ରଭାତ ବିଶ୍ୱାଳ ଦ୍ୱାର ଦେଖିନି, ବାପପୁଅ ୫ ଶହ ଥର ମୋ ପାଖକୁ ଆସିଛନ୍ତି ।କଣ ନେଇଛନ୍ତି ସେଟା ଛୋଟ କଥା କହିବିନି ।
ସୌଭିକ ବିଶ୍ବାଳଙ୍କୁ ମଧ୍ୟ ଟାର୍ଗେଟ୍ କରି ରଖିଲେ ମତ । କହିଲେ ୨୦୧୯ ଓ ୨୦୨୪ରେ ଟିକେଟ ନେଲା ବେଳେ ସ୍ବାଭିମାନ କେଉଁଠି ଥିଲା ।ସେତେବେଳେ ସ୍ବାଧୀନ ଭାବେ ଛିଡ଼ା ହୋଇ ବାପା ପାଇଁ ବାହାରିଛ କହିଲନି ।
ବରିଷ୍ଠ ନେତା ବଦ୍ରି ପାତ୍ରଙ୍କ ବାବଦରେ ମଧ୍ୟ ରଖିଲେ ପ୍ରତିକ୍ରିୟା । କହିଲେ ତାଙ୍କ ଅଭିମାନର ଦରଦ ରହିଛି, ମୋତେ ପୁଅ ଭଳି ସ୍ନେହ କରିଛନ୍ତି ।ଭୋଟ ଦେଲାବେଳେ ମୁଖ୍ୟମନ୍ତ୍ରୀ କେନ୍ଦୁଝରର, କିନ୍ତୁ ସେଟା ସେ ଦେଖିନାହାନ୍ତି । ବବିଙ୍କ ଅଭିଯୋଗ ନେଇ ପ୍ରଭାତ ବିଶ୍ବାଳ ଓ ସୌଭିକଙ୍କ ପ୍ରତିକ୍ରିୟା ମିଳିପାରିନି ।



