Breaking PLUSଓଡ଼ିଶାମୁଖ୍ୟ ଖବର
ଆଜିଠୁ ବଲାଙ୍ଗିର ଓ ବୌଦ୍ଧରେ ସ୍କୁଲ ଛୁଟି

ଭୁବନେଶ୍ୱର, 18 ଏପ୍ରିଲ- ଆଜିଠୁ ବଲାଙ୍ଗିର ଓ ବୌଦ୍ଧରେ ସ୍କୁଲ ଛୁଟି । ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଉଭୟ ଜିଲ୍ଲାର ଜିଲ୍ଲାପାଳ ଏହି ନିଷ୍ପତି ନେଇଛନ୍ତି ।
ବୌଦ୍ଧରେ ଆଜିଠୁ ୨୨ତାରିଖ ଯାଏଁ ସ୍କୁଲ୍, କଲେଜ୍ ଛୁଟି ଘୋଷଣା କରାଯାଇଛି ।ପ୍ରବଳ ଖରା ଓ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ନିଷ୍ପତ୍ତି । ତେବେ ସକାଳ ସମୟରେ ପରୀକ୍ଷା ଅନୁଷ୍ଠିତ ହୋଇପାରିବା ନେଇ ଚିଠିରେ ଉଲ୍ଲେଖ ରହିଛି ।
ବଲାଙ୍ଗୀର ଜିଲାରେ ଆସନ୍ତା ୧୮ ରୁ ୨୧ ପର୍ଯ୍ୟନ୍ତ ସ୍କୁଲ ଛୁଟି ହେବା ନେଇ ଶୁକ୍ରବାର ଘୋଷଣା କରାଯାଇଛି। ପ୍ରବଳ ଖରା ଓ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି। ପରେ ପରିସ୍ଥିତି ଦେଖି ଖରାଛୁଟି ନିଷ୍ପତ୍ତି ନେବ ପ୍ରଶାସନ।



