Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ମୟୂରଭଞ୍ଜରେ ୧୨ ଘଣ୍ଟିଆ ବନ୍ଦ ପାଳନ

ଭୁବନେଶ୍ୱର, 18 ଏପ୍ରିଲ-  ଆଜି ମୟୂରଭଞ୍ଜରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ବିଜେଡି ପକ୍ଷରୁ ମୟୂରଭଞ୍ଜ ବନ୍ଦ ପାଳନ କରାଯାଉଥିବା ବେଳେ  କଂଗ୍ରେସ ଏହାକୁ ସମର୍ଥନ ଜଣାଇଛି ।

କାକବନ୍ଧ ଆଶ୍ରମ ସ୍କୁଲ୍‌ ଛାତ୍ରୀ ମୃତ୍ୟୁ ଘଟଣାର ନ୍ୟାୟିକ ତଦନ୍ତ ଦାବିରେ ବନ୍ଦ ପାଳନ କରାଯାଉଛି । ସ୍କୁଲ୍‌କଲେଜ୍, ଦୋକାନ, ବଜାର, ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି ।

ବନ୍ଦ ଯୋଗୁ ରାସ୍ତାର ଉଭୟ ପାର୍ଶ୍ୱରେ ଶହଶହ ଗାଡି ଅଟକି ରହିଛି । ତେବେ ବନ୍ଦ ପାଳନ ବେଳେ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଛି ।

ବିଭିନ୍ନ ସ୍ଥାନରେ ବିଜେଡି କର୍ମୀ ପିକେଟିଂ କରି ବନ୍ଦ ପାଳନ କରିଛନ୍ତି ।

ଏଠାରେ ସୂଚନାଯୋଗ୍ୟ, ଆଶ୍ରମ ସ୍କୁଲରେ ବିଷାକ୍ତ ଖାଦ୍ୟ ଖାଇ ଶହେରୁ ଅଧିକ ଛାତ୍ର ଛାତ୍ରୀ ଝାଡ଼ା ବାନ୍ତି ଓ ଜ୍ବରରେ ଆକ୍ରାନ୍ତ ହୋଇଥିବା ବେଳେ ଛାତ୍ର ଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ଭର୍ତ୍ତି ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଏକ ଛାତ୍ରୀଙ୍କର ମୃତ୍ୟୁ ହୋଇଥିଲା | ଚିକିତ୍ସାଧୀନ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବାରିପଦା ଛାତ୍ରୀ ରୂପାଲି ବେଶ୍ରାଙ୍କର ମୃତ୍ୟୁ ହୋଇଥିଲା । ରାସଗୋବିନ୍ଦପୁର ବ୍ଲକ୍ କାକବନ୍ଧ ଆଶ୍ରମ ସ୍କୁଲ ହଷ୍ଟେଲରେ ସମସ୍ତ ଛାତ୍ର ଛାତ୍ରୀ ଖାଦ୍ୟରେ ବାସି ପଖାଳ ଓ ଆଳୁ ଟଟଣି ଖାଇଥିଲେ | ଆଉ ଖାଇବା ପରେ ସମସ୍ତେ ଅସୁସ୍ଥ ହୋଇପଡ଼ିଥିଲେ।

Show More

Related Articles

Back to top button