Breaking PLUSଓଡ଼ିଶାମୁଖ୍ୟ ଖବର

ଶିଖରଚଣ୍ଡୀ ପାହାଡ଼ରେ ପୁଣି ଦନ୍ତା ହାତୀ ଆତଙ୍କ

୨ଟି ଦନ୍ତା ହାତୀ ପାହାଡ଼ରେ ଦୁଇ ଦିନ ହେଲା ଡେରା ପକାଇଛନ୍ତି

ଭୁବନେଶ୍ୱର, 18 ଏପ୍ରିଲ- ଶିଖରଚଣ୍ଡୀ ପାହାଡ଼ରେ ପୁଣି ଦନ୍ତା ହାତୀ ଆତଙ୍କ ଦେଖାଦେଇଛି । ୨ଟି ଦନ୍ତା ହାତୀ ପାହାଡ଼ରେ ଦୁଇ ଦିନ ହେଲା ଡେରା ପକାଇଛନ୍ତି । ଆମ୍ବ ଖାଇବା ଅନ୍ୱେଷଣରେ ଆସି ପାହାଡ଼ରେ ଅଛନ୍ତି ୨ ଦନ୍ତା  । ଦୁଇ ଦନ୍ତାଙ୍କ ନାମ ବଡ଼ ଫେରେକଟା ଓ ସାନ ଫେରେକଟା  । ଜନବସତି ମୁହାଁ ନହେବା ଲାଗି ବନ ବିଭାଗ ପାଟ୍ରୋଲିଂ କରୁଛି । ଭୁବନେଶ୍ୱର ୱାଇଲ୍ଡଲାଇଫ୍ ରେଞ୍ଜରଙ୍କ ନେତୃତ୍ବରେ ୨ଟି ଟିମ୍‌ ନଜର ରଖିଛନ୍ତି ।

ଏହାପୂର୍ବରୁ ଡିସେମ୍ବର ମାସରେ ଶିଖରଚଣ୍ଡି ପାହାଡରେ ହାତୀ ବୁଲୁଥିଲା । ଭୁବନେଶ୍ୱର ଶିଖରଚଣ୍ଡୀ ପାହାଡ଼ରେ ବୁଲୁଥିବା ୨ ଦନ୍ତା ହାତୀ ନଯିବା ପର୍ଯ୍ୟନ୍ତ ବନ୍ଦ ରଖାଯାଇଥିଲା ଶିଖରଚଣ୍ଡୀ ପୀଠ । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବନ ବିଭାଗ ଏଭଳି ପଦକ୍ଷେପ ନେଇଥିଲା ।

Show More

Related Articles

Back to top button