Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ଦିନକୁ ଦିନ ବଢୁଛି ତାପମାତ୍ରା: ଗରମ ଓ ଆର୍ଦ୍ରତାରେ କଷ୍ଟରେ ରାଜ୍ୟବାସୀ

ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇ ଗରମ ଓ ଆର୍ଦ୍ରତା ଅସହ୍ୟ ରୂପ ନେଇଛି। ଏହାର ପ୍ରଭାବରେ ସାଧାରଣ ଜୀବନଯାତ୍ରା ଗୁରୁତର ଭାବେ ପ୍ରଭାବିତ ହେଉଛି। ଶୁଷ୍କ ଉତ୍ତର-ପଶ୍ଚିମ ପବନ ସହ ସ୍ପଷ୍ଟ ଆକାଶ ହେତୁ ତାପମାତ୍ରା ଲଗାତାର ବଢୁଥିବାରୁ ପରିସ୍ଥିତି ଆହୁରି ଗମ୍ଭୀର ହୋଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।
ଏପ୍ରିଲ ୧୭ ପର୍ଯ୍ୟନ୍ତ କୋଷ୍ଟାଲ୍ ଓ ଅଭ୍ୟନ୍ତରୀଣ ଅଞ୍ଚଳରେ ତୀବ୍ର ଗରମ ସହ ଅଧିକ ଆର୍ଦ୍ରତା ଅନୁଭବ ହେବାର ସମ୍ଭାବନା ରହିଛି। ବଲାଙ୍ଗୀର, କନ୍ଧମାଳ, ଝାରସୁଗୁଡ଼ା ଓ ସମ୍ବଲପୁର ଭଳି ଜିଲ୍ଲାରେ ତାପମାତ୍ରା ୪୫ ଡିଗ୍ରୀ ସେଲସିଅସ୍ ସୁଦ୍ଧା ପହଞ୍ଚିପାରେ ବୋଲି ଆଶଙ୍କା କରାଯାଉଛି।
ଭୁବନେଶ୍ୱର, କଟକ ସହ ପଶ୍ଚିମ ଓଡିଶାର ବିଭିନ୍ନ ସହରରେ ତୀବ୍ର ଗ୍ରୀଷ୍ମ ପ୍ରଭାହ ଲୋକମାନଙ୍କୁ ଅସହ୍ୟ କରିଦେଇଛି। ବିଶେଷକରି ବାହାରେ କାମ କରୁଥିବା ଶ୍ରମିକ ଓ ଯାତ୍ରୀମାନେ ଅଧିକ କଷ୍ଟର ସମ୍ମୁଖୀନ ହେଉଛନ୍ତି।
ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ଦିନର ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବାହାରକୁ ନଯିବାକୁ ପରାମର୍ଶ ଦିଆଯାଇଥିବାବେଳେ ପ୍ରଚୁର ପାଣି ପିଇବା, ହାଲୁକା ପୋଶାକ ପିନ୍ଧିବା ଓ ହିଟ୍‌ଷ୍ଟ୍ରୋକ୍‌ରୁ ସତର୍କ ରହିବାକୁ ଅନୁରୋଧ କରାଯାଇଛି।
ଏହି ତୀବ୍ର ଗରମ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ସ୍କୁଲ ବନ୍ଦ କରିବାକୁ ମଧ୍ୟ ସରକାର ପକ୍ଷରୁ ନିଷ୍ପତି ନିଆଯାଇଛି।

Show More

Related Articles

Back to top button