Breaking PLUSଓଡ଼ିଶାମୁଖ୍ୟ ଖବର

ମାଆ ହେଲେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା

ନୂଆଦିଲ୍ଲୀ- ମାଆ ହେଲେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା । ଦିଲ୍ଲୀରେ ସେ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଖୁସି ଖବର ତାଙ୍କ ସ୍ବାମୀ ତଥା ଆମ ଆଦମୀ ପାର୍ଟୀ ନେତା ରାଘବ ଚଡ୍ଢା ନିଜେ ସୋସିଆଲ ମିଡିଆ ପୋଷ୍ଟରେ ଦେଇଛନ୍ତି।

ଏହା ସହ ରାଘବ ଏବଂ ପରିଣୀତି ପୋଷ୍ଟରେ ଲେଖିଛନ୍ତି ‘‘ଶେଷରେ ଆମ ପୁଅ ଆସିଛି। ଆମକୁ ସତରେ ମନେ ନାହିଁ ଯେ, ସେ ଆସିବା ପୂର୍ବରୁ ଆମ ଜୀବନ କିଭଳି ଥିଲା। ଆମ ବାହୁ ଆଜି ଆମ ସନ୍ତାନକୁ ଧରି ପରିପୂର୍ଣ୍ଣ ଏବଂ ଆମ ହୃଦୟ ପୂର୍ବାପେକ୍ଷା ଆହୁରି ଅଧିକ ଖୁସି। ପୂର୍ବରୁ ଆମେ ପରସ୍ପର ପାଇଁ ସାହାରା ଥିଲୁ, ଏବେ ଆମ ପାଖରେ ସବୁକିଛି ଅଛି। ଏହି ଖୁସି ପାଇଁ ଆମେ ଗଭୀର କୃତଜ୍ଞ।’’ ଉଭୟଙ୍କ ପୋଷ୍ଟରେ ଅନେକ ବଲିଉଡ୍ ଷ୍ଟାର ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Show More

Related Articles

Back to top button