Breaking PLUSଦୁର୍ଘଟଣାଦେଶମୁଖ୍ୟ ଖବର

ପଞ୍ଜାବରେ ବସ୍‌ ଦୁର୍ଘଟଣା: ୬ ତୀର୍ଥଯାତ୍ରୀଙ୍କ ମୃତ୍ୟୁ, ୨୫ରୁ ଅଧିକ ଆହତ

ପଞ୍ଜାବର ଫତେଗଡ଼ ସାହିବ ନିକଟରେ ବୈଶାଖୀ ପର୍ବରୁ ଫେରୁଥିବା ତୀର୍ଥଯାତ୍ରୀଙ୍କ ବସ୍‌ ମଙ୍ଗଳବାର ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୫ରୁ ଅଧିକ ଆହତ ହୋଇଛନ୍ତି।

ତୀର୍ଥଯାତ୍ରୀମାନେ ଶ୍ରୀ ଆନନ୍ଦପୁର ସାହିବରୁ ପୂଜାର୍ଚ୍ଚନା ସରି ଫେରୁଥିବା ବେଳେ ଭଟେରି ଗ୍ରାମ ନିକଟରେ ବସ୍‌ଟି ହଠାତ୍ ଓଲଟି ପଡିଥିଲା। ଘଟଣାସ୍ଥଳରେ ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ତୁରନ୍ତ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ।

ସୂଚନା ପାଇ ପୋଲିସ ଓ ରୋଡ୍‌ ସେଫ୍ଟି ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ବସ୍‌ରୁ ବାହାର କରି ବିଭିନ୍ନ ହସ୍ପିଟାଲକୁ ପଠାଇଥିଲେ। ଗୁରୁତର ଆହତ ଦୁଇଜଣଙ୍କୁ ଚଣ୍ଡିଗଡ଼ ପିଜିଆଇକୁ ରେଫର କରାଯାଇଛି।

ଦୁର୍ଘଟଣା ପରେ ପୋଲିସ କ୍ରେନ୍‌ ସାହାଯ୍ୟରେ ବସ୍‌ଟିକୁ ରାସ୍ତାରୁ ହଟାଇ ଟ୍ରାଫିକ୍ ସ୍ୱାଭାବିକ କରିଥିଲା। ଘଟଣାର ସଠିକ୍ କାରଣ ବର୍ତ୍ତମାନ ତଦନ୍ତାଧୀନ ରହିଛି।

Show More

Related Articles

Back to top button