Breaking PLUSଦେଶମୁଖ୍ୟ ଖବର
3ଜଣ ଗ୍ରାମବାସୀଙ୍କର ଗଳାକାଟି ହତ୍ୟା କଲେ ନକ୍ସଲ

କାଙ୍କେର- ଛତିଶଗଡର କାଙ୍କେର ଜିଲ୍ଲାର ପଖାନଜୁର ଅଞ୍ଚଳରେ ଛୋଟେ ବେଠିୟା ଥାନା ଅନ୍ତର୍ଗତ ମୋରଖଣ୍ଟି ଗାଁରେ ରକ୍ତମୁଖା ଲାଲବାହିନୀ । 3ଜଣ ଗ୍ରାମବାସୀଙ୍କର ଗଳାକାଟି ହତ୍ୟା କରିଛନ୍ତି ନକ୍ସଲ । ସମସ୍ତ ମୃତକ ପଖାନଜୁର ତହସିଲ ଅନ୍ତର୍ଗତ ଛୋଟେବେଠିୟା ଥାନା ଅନ୍ତର୍ଗତ ମୋରଖଣ୍ଡିର ବାସିନ୍ଦା । ଏନେଇ ବସ୍ତର ଆଇଜି ସୁନ୍ଦରରାଜ ପି ସୂଚନା ଦେଇଛନ୍ତି ।
ପୋଲିସ ସୂଚନା ମୁତାବକ, 4ଦିନ ପୂର୍ବରୁ ନକ୍ସଲମାନେ ଏହି ତିନି ଗ୍ରାମବାସୀଙ୍କୁ ଅପହରଣ କରି ନେଇଥିଲେ । ବୁଧବାର ରାତିରେ ଏମାନଙ୍କ ଗଳାକାଟି ହତ୍ୟା ପରେ ଗାଁ ନିକଟରେ ମୃତଦେହ ଫିଙ୍ଗି ପଳାଇଛନ୍ତି ନକ୍ସଲ । ମୃତଦେହ ନିକଟରେ ନକ୍ସଲମାନେ ଏକ ପୋଷ୍ଟର ମଧ୍ୟ ଛାଡିଥିବା ସୂଚନା ମିଳିଛି । ଘଟଣାକୁ ନେଇ ପୂରା ଅଞ୍ଚଳ ସ୍ତବ୍ଧ ହୋଇପଡିଛି । ଅନ୍ୟପଟେ ସୁରକ୍ଷା ବଳ ପକ୍ଷରୁ କୋମ୍ବିଂ ଅପରେସନ ଜୋରଦାର କରାଯାଇଛି ।