Breaking PLUSଓଡ଼ିଶାମୁଖ୍ୟ ଖବର

ଛେଣ୍ଡିପଦାରେ ୧୭୨ କୋଟିର ୪୧ ପ୍ରକଳ୍ପ ଉଦଘାଟନ-ଶିଳାନ୍ୟାସ

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧୭୨ କୋଟି ଟଙ୍କାର ୪୧ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ଅଞ୍ଚଳର ସାମଗ୍ରିକ ବିକାଶକୁ ଗତି ଦେବ ବୋଲି ସେ କହିଛନ୍ତି।
ଛେଣ୍ଡିପଦା ତହସିଲ କାର୍ଯ୍ୟାଳୟ ପାଖରେ ଆୟୋଜିତ ସଭାରେ ସେ କହିଥିଲେ, ଛେଣ୍ଡିପଦା ଓ ଅନୁଗୋଳର ବିକାଶ ହେଲେ ବିକଶିତ ଓଡ଼ିଶା ଗଠନ ସମ୍ଭବ। ପ୍ରକଳ୍ପମାନଙ୍କ ମଧ୍ୟରେ ଷ୍ଟାଡିୟମ ଓ କମ୍ୟୁନିଟି ସେଣ୍ଟର ନିର୍ମାଣ ଭଳି କାର୍ଯ୍ୟ ଅଞ୍ଚଳର ପ୍ରଗତିକୁ ଆହୁରି ସୁଦୃଢ଼ କରିବ।
ଏହି ଅବସରରେ ବିଭିନ୍ନ ସରକାରୀ ଯୋଜନାରେ ୪୨ ଜଣ ଲାଭାର୍ଥୀଙ୍କୁ ସହାୟତା ରାଶି ମଧ୍ୟ ବଣ୍ଟନ କରାଯାଇଥିଲା।
ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଇ ‘ପ୍ଲାଷ୍ଟିକ ଟୁ ପ୍ରୋପୋଜ୍’ ପ୍ରକଳ୍ପକୁ ସେ ପ୍ରଶଂସା କରିଥିଲେ। ଏହା ମାଧ୍ୟମରେ ସ୍କୁଲ ଛାତ୍ରଛାତ୍ରୀମାନେ ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନାରେ ସଚେତନ ହେବା ସହ ସ୍ୱଚ୍ଛ ପରିବେଶ ଗଢ଼ିବାରେ ଅଗ୍ରଣୀ ଭୂମିକା ନେବେ ବୋଲି ସେ କହିଥିଲେ।

Show More

Related Articles

Back to top button