ଓଡ଼ିଶାମୁଖ୍ୟ ଖବର

୨୭ ଏପ୍ରିଲ୍‌ରେ ଜନସୁଣାଣି କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର: ରାଜ୍ୟବାସୀଙ୍କ ଅଭିଯୋଗ ଶୁଣିବା ପାଇଁ ମୋହନ ଚରଣ ମାଝୀ ଆସନ୍ତା ୨୭ ଏପ୍ରିଲ୍‌ରେ ଏକ ଜନସୁଣାଣି କାର୍ଯ୍ୟକ୍ରମ କରିବେ। ଏହା ମାଧ୍ୟମରେ ଲୋକମାନେ ସିଧାସଳଖ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ନିଜ ଅଭିଯୋଗ ଓ ସମସ୍ୟା ଜଣାଇପାରିବେ।

ଏହି କାର୍ଯ୍ୟକ୍ରମ ସକାଳ ୭ଟାରୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ୟୁନିଟ୍-୨, ଅଶୋକ ନଗର ସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହେବ।ଏଥିପାଇଁ ଅନଲାଇନ୍‌ ନିବନ୍ଧନ ୨୨ ଏପ୍ରିଲ୍‌ ସକାଳ ୧୧ଟାରୁ ଆରମ୍ଭ ହେବ। ଇଚ୍ଛୁକ ବ୍ୟକ୍ତିମାନେ ଜନସୁଣାଣି ପୋର୍ଟାଲ୍‌ କିମ୍ବା ମୋବାଇଲ୍‌ ଆପ୍‌ ମାଧ୍ୟମରେ ନାମ ଲେଖାଇପାରିବେ।ନିବନ୍ଧନ କରିଥିବା ଅଭ୍ୟର୍ଥୀମାନେ ନିର୍ଦ୍ଧାରିତ ସମୟରେ ସ୍ଥଳରେ ଉପସ୍ଥିତ ହେବା ସହିତ ନିବନ୍ଧନ ପ୍ରମାଣପତ୍ର, ପରିଚୟ ପତ୍ର ଓ ଲିଖିତ ଅଭିଯୋଗ ନେଇଆସିବାକୁ ପଡିବ।ଏହି କାର୍ଯ୍ୟକ୍ରମର ବ୍ୟବସ୍ଥାପନା ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ ବିଭାଗ ପକ୍ଷରୁ କରାଯାଉଛି।

ଏହା ଦ୍ୱାରା ସରକାର ଲୋକଙ୍କ ସମସ୍ୟାର ଶୀଘ୍ର ସମାଧାନ ଓ ସିଧାସଳଖ ସମ୍ପର୍କକୁ ଆଗେଇ ନେବାକୁ ଉଦ୍ୟମ କରୁଛନ୍ତି।

Show More

Related Articles

Back to top button