ମୁଖ୍ୟ ଖବରଶିକ୍ଷା

ମେ’ ୫ରୁ CPET ପରୀକ୍ଷା, ୫୮ ହଜାରରୁ ଅଧିକ ଛାତ୍ରଛାତ୍ରୀ ଆବେଦନ

 

ଆସନ୍ତା ମେ’ ମାସ ୫ ତାରିଖରୁ CPET (Common PG Entrance Test) ପ୍ରବେଶିକା ପରୀକ୍ଷା ଆରମ୍ଭ ହେବ। ଏହି ପରୀକ୍ଷା ମେ’ ୫ ରୁ ମେ’ ୧୮, ୨୦୨୬ ପର୍ଯ୍ୟନ୍ତ ଚାଲିବ ବୋଲି ଉଚ୍ଚଶିକ୍ଷା ବିଭାଗ ଓଡ଼ିଶା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

୨୦୨୬-୨୭ ଶିକ୍ଷାବର୍ଷରେ ସ୍ନାତକୋତ୍ତର ପାଠ୍ୟକ୍ରମର ୩୧,୯୧୫ଟି ସିଟ୍ ପାଇଁ ସର୍ବମୋଟ ୫୮,୭୦୮ ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି।

ସୂଚନାଯୋଗ୍ୟ, ଫେବୃଆରୀ ୨୭ ରୁ ମାର୍ଚ୍ଚ ୨୨ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ SAMS Odisha ପୋର୍ଟାଲ ମାଧ୍ୟମରେ ଆବେଦନ କରିଥିଲେ। ଆବେଦନକାରୀଙ୍କ ତଥ୍ୟ ମାର୍ଚ୍ଚ ୨୬ ତାରିଖରେ ଷ୍ଟେଟ୍ ସିଲେକ୍ସନ ବୋର୍ଡ (SSB)କୁ ପ୍ରଦାନ କରାଯିବ।

ପ୍ରବେଶିକା ପରୀକ୍ଷା ପାଇଁ ଆଡ଼ମିଟ୍ କାର୍ଡ୍ ଏପ୍ରିଲ୍ ୩୦ରୁ ଉପଲବ୍ଧ ହେବ। ଛାତ୍ରଛାତ୍ରୀମାନେ SSB ର ୱେବସାଇଟକୁ ଯାଇ ଆଡ଼ମିଟ୍ କାର୍ଡ୍ ଡାଉନଲୋଡ୍ କରିପାରିବେ।

ସ୍ନାତକୋତ୍ତର ପାଠ୍ୟକ୍ରମରେ ଭର୍ତ୍ତି CPET ପରୀକ୍ଷାର ମାର୍କ ଆଧାରରେ କରାଯିବ। ଏହାସହ ଜୁଲାଇ ୧୦, ୨୦୨୬ ସୁଦ୍ଧା ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପାଠ୍ୟକ୍ରମ ଆରମ୍ଭ କରିବାକୁ ଉଚ୍ଚଶିକ୍ଷା ବିଭାଗ ଲକ୍ଷ୍ୟ ଧାର୍ଯ୍ୟ କରିଛି।

 

 

Show More

Related Articles

Leave a Reply

Your email address will not be published. Required fields are marked *

Back to top button