Breaking PLUSଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଆନ୍ଧ୍ରପ୍ରଦେଶ ଗସ୍ତରେ ପ୍ରଧାମନ୍ତ୍ରୀ ମୋଦି , ଅଲ୍ଲୁରୀ ସୀତାରାମ ରାଜୁଙ୍କ ୩୦ ଫୁଟ ଉଚ୍ଚର ପ୍ରତିମୂର୍ତ୍ତିର ଉନ୍ମୋଚନ କରିବେ ମୋଦୀ

ନୂଆଦିଲ୍ଲୀ : ମିଶନ ଦକ୍ଷିଣ ଭାରତରେ ଲାଗି ପଡ଼ିଥିବା ପିଏମ୍ ମୋଦୀ ସୋମବାର ଆନ୍ଧ୍ର ପ୍ରଦେଶର ଅମରାବତୀ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ପିଏମ୍ ମୋଦୀ ମହାନ ସ୍ୱାଧିନତା ସଂଗ୍ରାମୀ ଅଲ୍ଲୁରୀ ସୀତାରାମ ରାଜୁଙ୍କ କାସ୍ୟଂରେ ନିର୍ମାଣ ହୋଇଥିବା ୩୦ଫୁଟ ଉଚ୍ଚର ପ୍ରତିମୂର୍ତ୍ତିର ଉନ୍ମୋଚନ କରିବେ। ଏହାସହ ଏକ ବର୍ଷ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏକ ସମାରୋହର ଉଦଘାଟନ କରିବେ।ସୂଚନାଯୋଗ୍ୟ ଯେ, ଅଲ୍ଲୁରୀ ସୀତାରାମଙ୍କୁ ଜଙ୍ଗଲର ରାଜା ବୋଲି କୁହାଯାଏ । ଜନଜାତୀୟ ସମୁଦାୟ ଲାଗି ଇଂରେଜଙ୍କ ବିରୁଦ୍ଧରେ ସେ ଲଢେଇ କରିଥିଲେ। ୧୯୨୨ରେ ଇଂରେଜଙ୍କ ବିରୁଦ୍ଧରେ ହୋଇଥିବା ରମ୍ପା ବିଦ୍ରୋହର ସେ ନେତୃତ୍ୱ ନେଇଥିଲେ । ୧୮୯୭ ଜୁଲାଇ ୪ତାରିଖରେ ବିଜୟନରମର ପଡ଼ରଙ୍ଗୀରେ ତାଙ୍କର ଜନ୍ମ ହୋଇଥିଲା । ଜନଜାତୀୟ ସମୁଦାୟ ଲାଗି ଅଲ୍ଲୁରୀଙ୍କ ମାନ୍ୟତା କୌଣସି ଭଗବାନଙ୍କଠାରୁ କମ ନୁହେଁ । ସୂଚନା ଅନୁଯାୟୀ ଗୋଟିଏ ବର୍ଷ ଧରି ଚାଲିବାକୁ ଥିବା ଏହି ମହୋତ୍ସବ ମାଧ୍ୟମରେ ଦକ୍ଷିଣରେ ବିଜେପି ତା’ର ସଂଗଠନକୁ ମଜବୁତ କରିବାରେ ଲାଗି ପଡ଼ିଛି ।

Show More

Related Articles

Back to top button