Breaking PLUSଓଡ଼ିଶାମୁଖ୍ୟ ଖବର

ମୟୂରଭଂଜରେ ଟ୍ରେନ ଧକ୍କାରେ ହାତୀ ମୃତ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଆଗ୍ରିଆ ଠାରେ ହାତୀକୁ ଧକ୍କା ଦେଲା ଟ୍ରେନ୍। ଭୁବନେଶ୍ୱର ଠାରୁ ବାଙ୍ଗିରିପୋଷି ଫେରୁଥିବା ସୁପର ଫାଷ୍ଟ ଟ୍ରେନ ଧକ୍କାରେ ଏକ ହାତୀର ମୃତ୍ୟୁ ଘଟିଛି। ଗତକାଲି ରାତି ପ୍ରାୟ ୧୧ ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଟ୍ରେନ୍ ଲାଇନ୍ ପାର୍ ହେବା ବେଳେ ହାତୀର ମୃତ୍ୟୁ ହୋଇଛି । ଦୀର୍ଘ ଦିନ ଧରି ୨୦ ଟିକିଆ ହାତୀପଲ ବେତନଟୀ ରେଞ୍ଜ ଅଞ୍ଚଳରେ ଚଳପ୍ରଚଳ କରି ଆସୁଥିଲେ । ଏକ ଗୋଠ ଛଡା ଦନ୍ତା ମଧ୍ୟ ଅଞ୍ଚଳରେ ଉତ୍ପାତ ଜାରି ରଖିଥିଲା । ଖବର ପାଇ ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ମାନେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

Show More

Related Articles

Back to top button