ଅପରାଧମୁଖ୍ୟ ଖବର

ପଞ୍ଜାବରେ ବିଏସଏଫ ମୁଖ୍ୟାଳୟ ସାମ୍ନାରେ ବିସ୍ଫୋରଣ, ଉଚ୍ଚ ସତର୍କତା ଜାରି

ଚଣ୍ଡୀଗଡ଼: ପଞ୍ଜାବରେ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଟି ସ୍ଥାନରେ ବିସ୍ଫୋରଣ ଘଟିଥିବାରୁ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇଛି। ଜଳନ୍ଧରର ବିଏସଏଫ ଫ୍ରଣ୍ଟିୟର୍ ମୁଖ୍ୟାଳୟ ଏବଂ ଅମୃତସରର ଖାସା ଅଞ୍ଚଳରେ ଥିବା ଏକ ସେନା ପ୍ରତିଷ୍ଠାନ ବାହାରେ ଏହି ବିସ୍ଫୋରଣ ଘଟିଛି।

ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ଉଭୟ ସ୍ଥାନରେ ଆଇଇଡି ବ୍ୟବହାର କରାଯାଇଥିଲା। ଘଟଣାସ୍ଥଳକୁ ସେନା, ପୋଲିସ ଓ ଅନ୍ୟାନ୍ୟ ସୁରକ୍ଷା ବାହିନୀ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିଛନ୍ତି।

ଏହି ବିସ୍ଫୋରଣ ପାକିସ୍ତାନର ଆଇଏସଆଇ ଦ୍ୱାରା ଘଟାଯାଇଥିବା ସନ୍ଦେହ କରାଯାଉଛି। ପଞ୍ଜାବ ପୁଲିସ ମହାନିର୍ଦ୍ଦେଶକ ଗୌରବ ଯାଦବ ଘଟଣାସ୍ଥଳ ପରିଦର୍ଶନ କରି କହିଛନ୍ତି ଯେ ତଦନ୍ତ ସମସ୍ତ ଦିଗରୁ କରାଯାଉଛି।

ଘଟଣା ପରେ ସମଗ୍ର ଅଞ୍ଚଳରେ ଉଚ୍ଚ ସତର୍କତା ଜାରି ରହିଥିବା ସହ ଅତିରିକ୍ତ ସୁରକ୍ଷା ବାହିନୀ ମୁତୟନ କରାଯାଇଛି।

Show More

Related Articles

Back to top button