Breaking PLUSଓଡ଼ିଶାମୁଖ୍ୟ ଖବର

ଭୁବନେଶ୍ୱରରେ ବାର୍‌ରେ ଅଗ୍ନିକାଣ୍ଡ

ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବାର୍‌ ଟି ହୁତ୍ ହୁତ୍ ହୋଇ ଜଳୁଥିଲା । ପୁରା ପରିବେଶ ଧୂଆଁମୟ ହୋଇପଡିଛି। ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଭୟାବହ ନିଆଁରେ ବାର୍‌ର ସମସ୍ତ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି। ବିନା ଲାଇସେନ୍ସରେ ବାର୍‌ ଚାଲିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସମ୍ପୂର୍ଣ୍ଣ ଭାବେ ନିଆଁ ଆୟତ୍ତ ହୋଇଥିବା ସୂଚନା ଦେଇଛନ୍ତି ଚିଫ୍ ଫାୟାର ଅଫିସର ରମେଶ ମାଝୀ।

ନିଆଁ ଲିଭା କାର୍ଯ୍ୟରେ ଦୁଇ ଦମକଳ ଗାଡି ନିୟୋଜିତ ହୋଇଥିଲେ। ନିଆଁକୁ ଆୟତ୍ତ କରିବାକ ପ୍ରାୟ ୧ ଘଣ୍ଟା ସମୟ ଲାଗିଥିଲା। ସକାଳ ୮ଟା ୫୦ରେ ଖବର ଆସିଥିବା କହିଛନ୍ତି ଚିଫ୍ ଫାୟାର ଅଫିସର। ତେଣୁ ପହଞ୍ଚିବାରେ ବିଳମ୍ବ ହୋଇନି , ତୁରନ୍ତ ନିଆଁକୁ ଆୟତ୍ତ କରାଯାଇଛି। ୯ଟା ୧୫ ସୁଦ୍ଧା ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ସର୍ଟ ସର୍କିଟ୍‌ରୁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। ସେପଟେ ନୋ ଲିମିଟ୍ ବାର୍‌ କୁ ଲାଇସେନ୍ସ ମିଳିନଥିଲା। ଏ ନେଇ ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ମିଳିଛି।

Show More

Related Articles

Back to top button