ମୁଖ୍ୟ ଖବରରାଜନୀତି

ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ଭୋଟିଂ: ୩ଟା ସୁଦ୍ଧା ୭୮.୭୭% ମତଦାନ

ପଶ୍ଚିମବଙ୍ଗରେ ଆଜି ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହେଉଛି। ରାଜ୍ୟର ମୋଟ ୨୯୪ଟି ବିଧାନସଭା ଆସନ ପାଇଁ ଦୁଇ ପର୍ଯ୍ୟାୟରେ ମତଦାନ ହେଉଥିବା ବେଳେ, ପ୍ରଥମ ପର୍ଯ୍ୟାୟରେ ୧୬ଟି ଜିଲ୍ଲାର ୧୫୨ଟି ଆସନ ପାଇଁ ଆଜି ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି।

ଭୋଟରମାନଙ୍କ ମଧ୍ୟରେ ଭାରି ଉତ୍ସାହ ଦେଖିବାକୁ ମିଳିଛି। ଦିନ ୧ଟା ସୁଦ୍ଧା ୬୨.୧୮ ପ୍ରତିଶତ ମତଦାନ ହୋଇଥିବାବେଳେ, ବିକେଳ ୩ଟା ସୁଦ୍ଧା ଏହା ବଢ଼ି ୭୮.୭୭ ପ୍ରତିଶତକୁ ପହଞ୍ଚିଛି। ଅନେକ ସ୍ଥାନରେ ଭୋଟରମାନେ ଲମ୍ବା ଧାଡ଼ିରେ ଠିଆ ହୋଇ ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି।

ଅନ୍ୟପଟେ ଅବଶିଷ୍ଟ ୧୪୨ଟି ଆସନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଏପ୍ରିଲ ୨୯ ତାରିଖରେ ହେବ। ଆସନ୍ତା ମେ ୪, ୨୦୨୬ରେ ମତଗଣନା ପରେ ଫଳାଫଳ ଘୋଷଣା କରାଯିବ। ଏହି ନିର୍ବାଚନ ଫଳାଫଳକୁ ନେଇ ସମଗ୍ର ଦେଶର ନଜର ରହିଛି।

Show More

Related Articles

Back to top button