Breaking PLUSଦେଶମୁଖ୍ୟ ଖବର
ଆଜି ବୈଦିକ ମନ୍ତ୍ରୋଚ୍ଚାରଣ ମଧ୍ୟରେ ଖୋଲିଲା ବଦ୍ରିନାଥଙ୍କ କବାଟ

ଡେରାଡୁନ, 23 ଏପ୍ରିଲ- ଉତରାଖଣ୍ଡର ଚମୋଳି ଜିଲ୍ଲାରେ ଅବସ୍ଥିତ ଭଗବାନ ବଦ୍ରୀନାଥ ଧାମର ଦ୍ୱାର ବୈଦିକ ମନ୍ତ୍ରୋଚ୍ଚାର ଓ ଧାର୍ମିକ ପରମ୍ପରାନୁସାରେ ଗୁରୁବାର ସକାଳ 6ଟା 15ମିନିଟ୍ରେ ଶ୍ରଦ୍ଧାଳୁମାନଙ୍କ ପାଇଁ ଖୋଲାଯାଇଛି। ପାରମ୍ପରିକ ବାଦ୍ୟଯନ୍ତ୍ର ଓ ସେନା ବ୍ୟାଣ୍ଡର ମଧୁର ସୁର ସହିତ ଶ୍ରଦ୍ଧାଳୁମାନଙ୍କ ଜୟଧ୍ୱନିରେ ବଦ୍ରୀପୁରୀ ଗୁଞ୍ଜିଉଠିଥିଲା। ଏହି ପବିତ୍ର ଅବସରରେ ଦେଶ-ବିଦେଶରୁ ପହଞ୍ଚିଥିବା ପ୍ରାୟ 15 ହଜାର ଶ୍ରଦ୍ଧାଳୁ ଭଗବାନ ବଦ୍ରୀ ବିଶାଳ ଓ ଅଖଣ୍ଡ ଜ୍ୟୋତିଙ୍କ ଦର୍ଶନ କରି ପୁଣ୍ୟଲାଭ ଅର୍ଜନ କରିଛନ୍ତି।
ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ କପାଟ ଖୋଲାଯିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ପ୍ରଥମ ମହାଭିଷେକ ପୂଜା ସମ୍ପନ୍ନ କରି ଦେଶ ଓ ରାଜ୍ୟର ସୁଖ-ସମୃଦ୍ଧି ପାଇଁ କାମନା କରିଛନ୍ତି।
ଏଠାରେ ସୂଚନାଯୋଗ୍ୟ, ଗତକାଲି କେଦାରନାଥଙ୍କ ଦ୍ୱାର ଖୋଲିଥିଲା । ସେଠାରେ ପିଏମ ମୋଦିଙ୍କ ନାମରେ ପ୍ରଥମ ପୂଜା କରାଇଥିଲେ ମୁଖ୍ୟମନ୍ତ୍ରୀ ଧାମୀ ।



