ଅପରାଧମୁଖ୍ୟ ଖବର

ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ୪ ଗିରଫ

ଭୁବନେଶ୍ୱରରେ ଲଜ୍ଜାଜନକ ଘଟଣା

ରାଜଧାନୀ ଭୁବନେଶ୍ୱରର ଇନଫୋଭ୍ୟାଲି ଥାନା ଅଧୀନ କାଇମାଟିଆ ଅଞ୍ଚଳରୁ ଏକ ଚଞ୍ଚଳକର ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପୀଡିତା ଜଣକ ଏକ ଘରୋଇ କଲେଜର ଛାତ୍ରୀ ବୋଲି ଜଣାପଡ଼ିଛି।

ଅଭିଯୋଗ ଅନୁଯାୟୀ, ଯୁବତୀଙ୍କୁ ତାଙ୍କ ବୟଫ୍ରେଣ୍ଡଙ୍କ ରୁମକୁ ଡାକି ନିଆଯାଇଥିଲା। ସେଠାରେ ବୟଫ୍ରେଣ୍ଡ ସହ ତାଙ୍କ ୩ ଜଣ ସାଙ୍ଗ ମିଶି ଦୁଷ୍କର୍ମ କରିଥିବା କୁହାଯାଇଛି।

ଘଟଣାରେ କମିଶନରେଟ ପୋଲିସ ତୁରନ୍ତ କାର୍ଯ୍ୟନୁଷ୍ଠାନ ନେଇ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସିପୁନ ବେହେରା, ରଞ୍ଜନ ବେହେରା, ଶୁଭଙ୍କର ପାଢୀ ଓ ରତିକାନ୍ତ।

ପୋଲିସ କହିଛି, ଘଟଣାରେ ବୟଫ୍ରେଣ୍ଡ ଓ ତାଙ୍କ ସହଯୋଗୀମାନଙ୍କ ସଂପୃକ୍ତି ରହିଛି। ଅଭିଯୁକ୍ତମାନଙ୍କୁ ଅଟକ ରଖି ପଚରାଉଚରା ଚାଲିଥିବାବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି।

Show More

Related Articles

Back to top button