
ଇଟାଲୀରେ ଗତ ରବିବାର ଦ୍ୱିପ୍ରହରରେ ଅଲ୍ପାଇନ ଗ୍ଲାସିୟର୍ର ଏକ ବଡ଼ ଅଂଶ ଭୁଶୁଡ଼ି ପଡ଼ିଥିଲା । ଫଳରେ ୫ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୮ ଜଣ ଆହତ ହୋଇଛନ୍ତି । ଇଟାଲୀର ଏକ ସରକାରୀ ମିଡିଆ ମୁତାବକ, ଗ୍ଲାସିୟର୍ ଭୁଶୁଡ଼ି ପଡ଼ିବାରୁ ହଠାତ୍ ଲୋକମାନେ ବରଫ ଚଟାଣର ଧ୍ୱଂସାବଶେଷରେ ଫସି ଯାଇଥିଲେ। ଏବେ ମଧ୍ୟ ଅନେକଙ୍କ ପତ୍ତା ମିଳିପାରି ନାହିଁ।
ସେପଟେ ନ୍ୟାସନାଲ ଅଲ୍ପାଇନ ଆଣ୍ଡ୍ କେଭ୍ ରିସ୍କ୍ୟୁ କୋର୍ ଟ୍ଵିଟ୍ କରିଛି ଯେ, ମର୍ମୋଲାଡା ଶିଖର ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏଥିରେ ୫ ହେଲିକାପ୍ଟର ଏବଂ ସନ୍ଧାନୀ କୁକୁର ସାମିଲ୍ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ଆହୁରି ବି ୧୮ ଜଣ ଲୋକ ଧ୍ୱଂସାବଶେଷ ମଧ୍ୟରେ ଫସି ରହିଛନ୍ତି। ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ଟିମ୍ ଲାଗି ପଡ଼ିଛି।