
ଚେନ୍ନାଇ: ତାମିଲନାଡୁରେ ସରକାର ଗଠନକୁ ନେଇ ରାଜନୀତିକ ଚଞ୍ଚଳତା ବଢ଼ିଛି। ଟିଭିକେ ମୁଖ୍ୟ ଥାଲାପଥି ବିଜୟ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ଭେଟି କଂଗ୍ରେସ ସମର୍ଥନରେ ସରକାର ଗଠନ ପାଇଁ ଦାବି ଜଣାଇଛନ୍ତି।
ଟିଭିକେ ପକ୍ଷରୁ ୧୧୨ ବିଧାୟକଙ୍କ ସମର୍ଥନ ପତ୍ର ରାଜ୍ୟପାଳଙ୍କୁ ଦିଆଯାଇଥିଲେ ମଧ୍ୟ, ସରକାର ଗଠନ ପାଇଁ ଆବଶ୍ୟକ ୧୧୮ ମ୍ୟାଜିକ୍ ନମ୍ବର ଆଣିବାକୁ କୁହି ସେଥିରୁ ଫେରାଇ ଦିଆଯାଇଛି।
ଟିଭିକେ ୧୦୮ ଆସନରେ ବିଜୟୀ ହୋଇଥିବା ବେଳେ ଅଧିକାର ପାଇଁ ଆଉ ୧୦ଟି ଆସନର ଆବଶ୍ୟକତା ରହିଛି। ଏହିପରି ସ୍ଥିତିରେ ବିଜୟ ଅନ୍ୟ ଦଳ ଓ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ମାଗୁଛନ୍ତି।
ସୂଚନା ଅନୁଯାୟୀ, ଭିସିକେ ଓ ଦୁଇ ଜଣ ସ୍ୱାଧୀନ ବିଧାୟକ ସମର୍ଥନ ଦେଇପାରନ୍ତି। ତଥାପି ସରକାର ଗଠନ ପାଇଁ ବିଜୟଙ୍କୁ ଆହୁରି କିଛି ସଂଖ୍ୟାର ସମର୍ଥନ ଆବଶ୍ୟକ ରହିଛି। ଏନେଇ ସିପିଆଇ ଓ ସିପିଆଇ(ଏମ) ସହ ଆଲୋଚନା ଚାଲିଥିବା ଜଣାପଡ଼ିଛି।
ଏପଟେ, ଟିଭିକେର ନିର୍ବାଚିତ ବିଧାୟକମାନଙ୍କୁ ଏକ ହୋଟେଲରେ ରଖି କଡ଼ା ନଜର ରଖାଯାଇଛି। ଏହି ରାଜନୀତିକ ଚର୍ଚ୍ଚା ମଧ୍ୟରେ ଶପଥ ଗ୍ରହଣ ସମାରୋହ ଆସନ୍ତାକାଲି ହେବା ସମ୍ଭାବନା ରହିଛି, ଯେଉଁଠାରେ ରାହୁଲ ଗାନ୍ଧି ଯୋଗଦେବେ ବୋଲି କୁହାଯାଉଛି।



