Breaking PLUSଓଡ଼ିଶାମୁଖ୍ୟ ଖବର

ଏୟାରଫିଲ୍ଡ ଥାନା ସୁନ୍ଦରପଦାରୁ ବନ୍ଧୁକ ଓ ଗୁଳି ଜବତ

ଭୁବନେଶ୍ୱର: ଦିନକୁ ଦିନ ଅପରାଧୀଙ୍କ ଆତଙ୍କରାଜ ବଢିଚାଲିଛି ରାଜଧାନୀ ଭୁବନେଶ୍ୱରରେ । ରାଜଧାନୀରୁ ଜବତ ହେଲା ବନ୍ଧୁକ I ୨ ଟି ସେମି ଅଟୋମେଟିକ ବନ୍ଧୁକ ସାଙ୍ଗକୁ ୧୦ ରାଉଣ୍ଡ ଗୁଳି ଜବତ୍ କରାଯାଇଛି। ଅଭିଯୁକ୍ତକୁ କାବୁ କଲା ସ୍ପେଶାଲ କ୍ରାଇମ ୟୁନିଟ । ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା ତଳସାହିର ଅମରେଶ ରାଉତକୁ ଗିରଫ କରିଛି ସ୍ପେଶାଲ କ୍ରାଇମ ୟୁନିଟ I ଅଭିଯୁକ୍ତ ଠାରୁ ୨ ଟି ମାଗାଜିନ ସମେତ ଜବତ ହୋଇଛି ଗୋଟିଏ ବାଇକ୍ ।

ଏହି ଘଟଣାରେ ସ୍ପେଶାଲ କ୍ରାଇମ ୟୁନିଟର ଏସିପି ମାନସ ସ୍ୱାଇଁ କହିଛନ୍ତି ଯେ, ବନ୍ଧୁକ ଦେଖାଇ ହେଉଥିଲା ଜମି ପୋଜେସନ । ବିଲଡର ପାଖରେ ରହି ମାର୍କେଟିଙ୍ଗ କାମ କରୁଥିଲା ଅମରେଶ । ବନ୍ଧୁକ ବିକ୍ରି କରୁଥିଲା ନା ନାହିଁ ସେ ଦିଗରେ ତଦନ୍ତ ଚାଲିଛି ।

Show More

Related Articles

Back to top button