ଅପରାଧମୁଖ୍ୟ ଖବର

ଇଟାଲୀରେ ଗୁରୁଦ୍ୱାର ବାହାରେ ଗୁଳିକାଣ୍ଡ: ଦୁଇ ଭାରତୀୟ ଶିଖଙ୍କ ମୃତ୍ୟୁ, ଅଭିଯୁକ୍ତ ଫେରାର୍

 

ନୂଆଦିଲ୍ଲୀ: ଇଟାଲୀର ବର୍ଗାମୋ ସହରରେ ଥିବା ଏକ ଗୁରୁଦ୍ୱାର ବାହାରେ ଘଟିଥିବା ଗୁଳିକାଣ୍ଡରେ ଦୁଇଜଣ ଭାରତୀୟ ଶିଖଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଅଭିଯୁକ୍ତ ଜଣେ ଭାରତୀୟ ବୋଲି ସନ୍ଦେହ କରାଯାଉଥିବାବେଳେ, ସେ ଗୁଳି ଚଳାଇବା ପରେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି।

ଘଟଣା ପରେ ବର୍ଗାମୋ ସହରରେ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ପୁଲିସ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଭୟ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ସହରକୁ ସିଲ୍ କରାଯାଇ ଆକ୍ରମଣକାରୀଙ୍କୁ ଧରିବା ପାଇଁ ବ୍ୟାପକ ସର୍ଚ୍ଚ ଅପରେସନ୍ ଚାଲିଛି।

ପୁଲିସ୍ ସିସିଟିଭି କ୍ୟାମେରାର ଫୁଟେଜ୍‌ ଯାଞ୍ଚ କରୁଥିବାବେଳେ ଗୁଳି ଚଳାଇବା ପରେ ଅଭିଯୁକ୍ତ ପଳାଇଥିବା ସୂଚନା ମିଳିଛି। ହଠାତ୍ ଗୁଳି ଚାଳନା ଯୋଗୁଁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଭୟ ଓ ଆତଙ୍କ ସୃଷ୍ଟି ହୋଇଛି।

ମୃତକ ଉଭୟ ଭାରତୀୟ ଶିଖ ସମ୍ପ୍ରଦାୟର ଥିବା ସୂଚନା ମିଳିଛି। ଘଟଣାର ସଠିକ୍ କାରଣ ସମ୍ପର୍କରେ ପୁଲିସ୍ ତଦନ୍ତ ଜାରି ରଖିଛି।

 

Show More

Related Articles

Back to top button