Breaking PLUSଓଡ଼ିଶାମୁଖ୍ୟ ଖବର
ଜିଭି ପିଆର ଲୁହା ଖଣିରେ ଖଣି ବିଭାଗର ରେଡ୍

କୋଇଡା: ଜିଭି ପିଆର ଲୁହା ଖଣିରେ ଖଣି ବିଭାଗ ରେଡ୍ କରିଛି । ଖଣି ବିଭାଗର ୪ଜଣିଆ ଟିମ୍ କରୁଛନ୍ତି ଚଢ଼ାଉ । ଉଚ୍ଚମାନର ଲୌହ ଖଣିଜ ପଥରକୁ ନିମ୍ନମାନର ଦର୍ଶାଇ କରୁଥିଲେ ଚାଲାଣ । ବାହାର ରାଜ୍ୟକୁ ଲୁହା ପଥର ଚାଲାଣ କରୁଥିବା ଅଭିଯୋଗ ହୋଇଛି । ୩ ସପ୍ତାହ ପୂର୍ବରୁ ଜିଭି ପିଆର ଖଣିରେ ପରିବହନ ଆରମ୍ଭ ହୋଇଥିଲା ।ବେଆଇନ ଚାଲାଣରେ କୋଟି କୋଟି ଟଙ୍କାର ରାଜସ୍ୱ ହାନି ଅଭିଯୋଗ ।



