Breaking PLUSଓଡ଼ିଶାମୁଖ୍ୟ ଖବର
୨୫ ତାରିଖ ପର୍ଯ୍ୟନ୍ତ ତାତିରୁ ନିସ୍ତାର ନାହିଁ

ଭୁବନେଶ୍ୱର, 21 ଏପ୍ରିଲ- ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ତାତିରୁ ନିସ୍ତାର ନାହିଁ । ଖରା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ରାଜ୍ୟର ଅଧିକାଂଶ ଜିଲ୍ଲା ପାଇଁ ହିଟ୍ ୱେଭ୍ ନେଇ ଜାରି ହେଲା ୱାର୍ଣ୍ଣିଂ ।
ମଙ୍ଗଳବାର ପାଇଁ ୧୧ ଜିଲ୍ଲାକୁ ଗରମ ଓ ଗୁଳିଗୁଳି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୨୫ ଜିଲ୍ଲାରେ ଝଡ଼ବର୍ଷା ପାଇଁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ୧୫ଟି ସହରରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ ହୋଇଛି। ଟିଟିଲାଗଡରେ ୪୨.୫ ଡିଗ୍ରୀ ସବୁଠୁ ଉତ୍ତପ୍ତ ସହର। ଝାରସୁଗୁଡାରେ ୪୨.୪, ତାଳଚେର ୪୨ ଡିଗ୍ରୀ ତାତି ରେକର୍ଡ ହୋଇଛି ।
କାଲି କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଘଡ଼ଘଡ଼ି ସହ ବର୍ଷା ଓ ଘଣ୍ଟାରୁ ୪୦ରୁ ୫୦ କିମି ପର୍ଯ୍ୟନ୍ତ ପବନ ବହିପାରେ । ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଗରମ ସହ ଗୁଳୁଗୁଳି ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।



