Breaking PLUSଓଡ଼ିଶାମୁଖ୍ୟ ଖବର

ବଲାଙ୍ଗିରରେ 4ଦିନ ବଢିଲା ଖରା ଛୁଟି

ବଲାଙ୍ଗିର, 21 ଏପ୍ରିଲ- ବଲାଙ୍ଗୀର ଜିଲାରେ ସ୍କୁଲ, କଲେଜ, ଅଙ୍ଗନଓ୍ବାଡି କେନ୍ଦ୍ର ଛୁଟି ୪ ଦିନ ବଢ଼ିଲା। ପ୍ରବଳ ଗରମକୁ ଦୃଷ୍ଟିରେ ରଖି ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଛୁଟି ବୃଦ୍ଧି କଲା ଜିଲା ପ୍ରଶାସନ। ସିଲାବସ ଶେଷ କରିବା ପାଇଁ ଅନଲାଇନରେ କ୍ଲାସ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଶିକ୍ଷକ/ଅଧ୍ୟାପକ ସ୍କୁଲ, କଲେଜକୁ ଆସି ଅନଲାଇନ କ୍ଲାସ କରିବେ। ଅଙ୍ଗନଓ୍ବାଡ଼ି କର୍ମୀ ରନ୍ଧା ଖାଦ୍ୟ ବଦଳରେ ପିଲାଙ୍କ ଘରେ ରାଶନ ପହଞ୍ଚାଇବେ ବୋଲି ନିର୍ଦ୍ଦେଶ ରହିଛି।

ଯଦି କୌଣସି ପରୀକ୍ଷା ପୂର୍ବରୁ ଧାର୍ଯ୍ୟ ହୋଇଥାଏ, ତେବେ ସେଗୁଡ଼ିକ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ସାଧାରଣ ଭାବେ ଚାଲିବ ବୋଲି ସ୍ପଷ୍ଟ କରାଯାଇଛି। ଜିଲ୍ଲା ପ୍ରଶାସନର ଏହି ନିଷ୍ପତ୍ତିରେ ଶିକ୍ଷା ବ୍ୟବସ୍ଥା ଅବ୍ୟାହତ ରହିବା ସହିତ ଛାତ୍ରଛାତ୍ରୀଙ୍କ ସୁବିଧାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

Show More

Related Articles

Back to top button