Breaking PLUSଆଇନ କାନୁନମୁଖ୍ୟ ଖବରସ୍ୱତନ୍ତ୍ର

ଏଣିକି ଟ୍ରେନରେ ଅଧିକ ଲଗେଜ ନେଲେ ଦବାକୁ ପଡିବ ଫାଇନ

ଏଣିକି ଟ୍ରେନରେ ମନ ଇଚ୍ଛା ନେଇପାରିବେନି ଲଗେଜ । ଯେତିକି ଲଗେଜ୍‌ ପାଇଁ ବୁକିଂ କରାଯାଇଛି ତା’ଠାରୁ ଅଧିକ ଲଗେଜ୍ ନେଇହେବ ନାହିଁ । ଅଧିକ ଲଗେଜ୍ ନେଉଥିବା ଯାତ୍ରୀ ଯଦି ଧରାପଡ଼ିବେ ତେବେ ତାଙ୍କ ଠାରୁ ସାଧାରଣ ଦର ତୁଳନାରେ ୬ ଗୁଣା ଅଧିକ ରାଶି ଜରିମାନା ଦବାକୁ ପଡିବ । ରେଳବାଇର ନିୟମ ଅନୁସ‌ାରେ ଟ୍ରେନ୍‌ ଯାତ୍ରୀମାନେ ବିଭିନ୍ନ ଶ୍ରେଣୀର କୋଚ୍‌ ଅନୁସାରେ ୪୦-୭୦ କିଲୋ ପର୍ଯ୍ୟନ୍ତର ଲଗେଜ୍‌ ନେଇପାରିବେ । ତା’ଠାରୁ ଅଧିକ ଲଗେଜ୍‌ ନେବାକୁ ହେଲେ ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ। ଏସି ପ୍ରଥମ ଶ୍ରେଣୀର ଯାତ୍ରୀମାନେ ମାଗଣାରେ ୭୦ କେଜି ଓ ସର୍ବାଧିକ ୧୫୦ କେଜି ଲଗେଜ୍‌ ନେଇପାରିବେ । ସେହିପରି ଏସି ଟାୟାର-୨ ସ୍ଲିପର୍/ ଫା‌ଷ୍ଟ୍‌ କ୍ଲାସ୍‌ ଯାତ୍ରୀମାନେ ମାଗଣାରେ ୫୦ କେଜି ଓ ସର୍ବାଧିକ ୧୦୦ କେଜି, ଏସି ଟାୟାର-୩ ସ୍ଲିପର/ ଏସି ଚେୟାର କାର୍ ଯାତ୍ରୀମାନେ ମାଗଣାରେ ୪୦ କେଜି ଓ ସର୍ବାଧିକ ୪୦ କେଜି, ସ୍ଲିପର୍ ଶ୍ରେଣୀର ଯାତ୍ରୀମାନେ ମାଗଣାରେ ୪୦ କେଜି ଓ ସର୍ବାଧିକ ୮୦ କେଜି ଏବଂ ଦ୍ୱିତୀୟ ଶ୍ରେଣୀର ଯାତ୍ରୀମାନେ ମାଗଣାରେ ୩୫ କେଜି ଓ ସର୍ବାଧିକ ୭୦ କେଜି ଲଗେଜ୍ ନେଇପାରିବେ । ଲଗେଜ୍ ପାଇଁ ସର୍ବନିମ୍ନ ଶୁଳ୍କ ହେଉଛି ୩୦ ଟଙ୍କା। ଲଗେଜ୍ ସହ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଟ୍ରେନ୍‌ ଛାଡ଼ିବାର ୩୦ ମିନିଟ୍‌ ପୂର୍ବରୁ ବୁକିଂ ଷ୍ଟେସନର ଲଗେଜ୍ ଅଫିସରେ ପହଞ୍ଚିବାକୁ ପଡ଼ିବ ।

Show More

Related Articles

Back to top button