ଆରପାରିରେ ଆଇଏଲ୍ଏସ୍ ନିର୍ଦ୍ଦେଶକ ଡା. ଅଜୟ ପରିଡା । ILS ନିର୍ଦ୍ଦେଶକ ଅଜୟ ପରିଡ଼ା ଗୌହାଟୀରେ ଚାଲିଥିବା ଏକ ପ୍ରେସ୍ କନ୍ଫରେନ୍ସରେ ଯୋଗ ଦେବାକୁ ଯାଇଥିବାବେଳେ ହୃଦଘାତ ଯୋଗୁ ତାଙ୍କ ପରଲୋକ ହୋଇଥିବା ନେଇ ଆଇଏଲଏସ୍ ପକ୍ଷରୁ ସୂଚନା ମିଳିଛି । ମୃତ୍ୟୁବେଳକୁ ଅଜୟ ପରିଡ଼ାଙ୍କୁ ୫୮ବର୍ଷ ହୋଇଥିବା ଜଣାପଡିଛି । ଖବର ପାଇ ଗୈହାଟୀ ଯାଇଛନ୍ତି ଅଜୟଙ୍କ ପରିବାର ଲୋକେ । ପରିବାର ଲୋକେ ପହଞ୍ଚିବା ପରେ ତାଙ୍କ ଶବବ୍ୟବଚ୍ଛେଦ କରାଯିବ ଏବଂ ଆସନ୍ତାକାଲି ତାଙ୍କ ପ୍ରାର୍ଥିବ ଶରୀର ଓଡ଼ିଶା ଆସିବ
ତେବେ କଣ ପାଇଁ ଅଜୟ ପରିଡ଼ାଙ୍କ ମୃତ୍ୟୁ ହୋଇଛି ,ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ହୁଏତ ଆଉ କିଛି ସମୟ ପରେ ସ୍ପଷ୍ଟ ସୂଚନା ମିଳିପାରେ ବୋଲି ଆଶା କରାଯାଉଛି । ରାଜ୍ୟରେ କୋଭିଡ଼ ମହାମାରୀ ସମୟରେ ILS ନିର୍ଦ୍ଦେଶକଙ୍କ ପରିଚାଳନା ଏବଂ କରୋନା ପରୀକ୍ଷଣର ତାଙ୍କ ଭୂମିକା ଥିଲା ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏପିରିକି ରାଜ୍ୟବାସୀଙ୍କୁ କୋଭିଡ଼ ମହାମାରୀ ନେଇ ସବୁବେଳେ ସତର୍କ କରାଉଥିଲେ ଅଜୟ ପରିଡ଼ା ।