Breaking PLUSଦେଶମୁଖ୍ୟ ଖବର
ବିଶ୍ବକପ ଜିତିଲେ ଭାରତୀୟ ପୁୁରୁଷ ଓ ମହିଳା ଖୋଖୋ ଦଳ

ନୂଆଦିଲ୍ଲୀ : ଇତିହାସ ରଚିଛନ୍ତି ଭାରତୀୟ ପୁୁରୁଷ ଓ ମହିଳା ଖୋଖୋ ଦଳ। ଖୋଖୋ ବିଶ୍ବକପ ପ୍ରଥମ ସଂସ୍କରଣରେ ଭାରତ ଉଭୟ ପୁରୁଷ ଓ ମହିଳା ବର୍ଗରେ ଚମ୍ପିଆନ ଆଖ୍ୟା ଅର୍ଜନ କରିଛି। ଆୟୋଜକ ଭାବେ ଭାରତୀୟ ପୁରୁଷ ଓ ମହିଳା ଦଳ ଚମତ୍କାର ଖୋଖୋ ଖେଳି ପ୍ରଥମ ସଂସ୍କରଣ ଟ୍ରଫି ଜିତିବାରେ ସଫଳ ହୋଇଛି। ଏଥି ସହିତ ପାରମ୍ପାରିକ କ୍ରୀଡ଼ା ଖୋଖୋ ନୂଆ ପରିଚୟ ପାଇଛି। ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡ଼ିୟମରେ ଆୟୋଜିତ ଉକ୍ତ ପ୍ରତିଯୋଗିତାର ଉଭୟ ପୁରୁଷ ଓ ମହିଳା ବର୍ଗ ଫାଇନାଲ ଖେଳାଯାଇଥିଲା। ପୁରୁଷ ବର୍ଗରେ ଭାରତ ୧୮ ପଏଣ୍ଟ ରେ ନେପାଳକୁ ଓ ମହିଳା ବଗରେ ଭାରତ ୩୮ ପଏଣ୍ଟ ପଏଣ୍ଟରେ ନେପାଳକୁ ପରାସ୍ତ କରି ଚମ୍ପିଆନ ହୋଇଛି।