
ନୂଆଦିଲ୍ଲୀ: ଦେଶରେ ପୁଣି ବୃଦ୍ଧି ପାଉଛି ସଂକ୍ରମଣ । ପୁଣି ଚତୁର୍ଥ ଲହରର ଆଶଙ୍କା କରାଯାଉଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ହଜାରରୁ ଅଧିକ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କରୋନା ଜନିତ ମୃତ୍ୟୁସଂଖ୍ୟା ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି ।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ , ୨୪ ଘଣ୍ଟାରେ ୩ ହଜାର ୩୭୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । । ୬୦ ଜଣ ସଂକ୍ରମିତଙ୍କ ମୃତ୍ଯୁ ହୋଇଛି । ବର୍ତ୍ତମାନ ସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୩୦ ଲକ୍ଷ ୭୨ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୧୭୮୦୧ ସକ୍ରିୟ ମାମଲା ରହିଛି ଏବଂ ପ୍ରାୟ ୪ କୋଟି ୨୫ ଲକ୍ଷ ୩୦ ହଜାର ୬୨୨ ଜଣ ସୁସ୍ଥ ହୋଇ ଫେରିଛନ୍ତି ।
ସେପଟେ ରାଜ୍ୟରେ ୬ କୋଟି ୫୪ ଲକ୍ଷ ୯୨ ହଜାର ଲୋକ ସଂପୂର୍ଣ୍ଣ କରୋନା ଟିକା ନେଇଥିବାବେଳେ ୩ କୋଟି ୪୪ ଲକ୍ଷ ପ୍ରଥମ ଡୋଜ୍ ଏବଂ ୨ କୋଟି ୯୯ ଲକ୍ଷ ଦ୍ୱିତୀୟ ଡୋଜ୍ ନେଇ ସାରିଛନ୍ତି । ୧୦ ଲକ୍ଷ ୯୧ ହଜାର ପ୍ରିକସନ ଡୋଜ୍ ନେଇଛନ୍ତି । ଚତୁର୍ଥ ଲହରକୁ ଦୃଷ୍ଟିରେ ରଖି ସମସ୍ତେ ଟିକା ନେବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ତ୍ୟ ବିଶେଷଜ୍ଞ ।



