Breaking PLUSଓଡ଼ିଶାମୁଖ୍ୟ ଖବର

ଅସହ୍ୟ ଗରମ ଓ ଗୁଳୁଗୁଳିରୁ ସାମାନ୍ୟ ଆଶ୍ୱସ୍ତି, ତାପମାତ୍ରା ୨ ଡିଗ୍ରୀରୁ ଅଧିକ ହ୍ରାସ

୬ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା

ଭୁବନେଶ୍ୱର, 1 ମେ- ଗତ କିଛିଦିନ ଧରି ରାଜ୍ୟରେ ଲାଗି ରହିଥିବା ଅସହ୍ୟ ଗରମ ଓ ଗୁଳୁଗୁଳିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। କାଳବୈଶାଖୀ ବର୍ଷା ପାଇଁ ଗୁରୁବାର ତାପମାତ୍ରା ୨ ଡିଗ୍ରୀରୁ ଅଧିକ ହ୍ରାସ ପାଇଛି। ୪୦ ଡିଗ୍ରୀ ଉପରେ ମାତ୍ର ୭ ସହର ରହିଥିବାବେଳେ ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା ୪୨.୨ ଡିଗ୍ରୀ ରେକର୍ଡ କରାଯାଇଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ, ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚତାରେ ଏକ ଟ୍ରଫ୍‌ ଲାଇନ୍‌ ଦକ୍ଷିଣ-ପୂର୍ବ ଉତ୍ତର ପ୍ରଦେଶରୁ ଛତିଶଗଡ଼ ଦେଇ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ପର୍ଯ୍ୟନ୍ତ ଲମ୍ବିଛି। ଏହା ପ୍ରଭାବରେ ରାଜ୍ୟରେ ଆସନ୍ତା ୬ଦିନ ଅର୍ଥାତ୍‌ ମେ’ ୬ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ଲାଗି ରହିବ।

ଫଳରେ ଆସନ୍ତା ୩ଦିନ ମଧ୍ୟରେ ଦିନ ତାପମାତ୍ରାରେ ଆହୁରି ୨ ରୁ ୩ ଡିଗ୍ରୀ ହ୍ରାସ ପାଇବ। ଶୁକ୍ରବାର ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ପବନ ହେବ।

 

Show More

Related Articles

Back to top button