Breaking PLUSଅପରାଧଓଡ଼ିଶାମୁଖ୍ୟ ଖବର

କାମାକ୍ଷାନଗରରେ ଚାଞ୍ଚଲ୍ୟ: ଜଙ୍ଗଲରୁ କଲେଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଅଞ୍ଚଳରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। କାମାକ୍ଷାନଗର ଥାନା ଅନ୍ତର୍ଗତ ସରୁଆଳୀ ଗାଁ ନିକଟସ୍ଥ ଜଙ୍ଗଲରୁ ଜଣେ କଲେଜ ଛାତ୍ରୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ସେ କାମାକ୍ଷାନଗର ମହିଳା ମହାବିଦ୍ୟାଳୟର ପ୍ରଥମ ବର୍ଷର ଛାତ୍ରୀ ଥିବା ବେଳେ ତାଙ୍କ ଘର ମାର୍ଥାପୁର ଗାଁରେ ବୋଲି ଜଣାପଡ଼ିଛି।
ପରିବାର ଲୋକଙ୍କ କହିବା ଅନୁସାରେ, ଗତକାଲି ଛାତ୍ରୀ କଲେଜକୁ ପରୀକ୍ଷା ଦେବାକୁ ଯାଇଥିଲେ, କିନ୍ତୁ ପରେ ସେ ଘରକୁ ଫେରିନଥିଲେ। ବହୁ ଖୋଜାଖୋଜି ସତ୍ତ୍ୱେ କୌଣସି ସୂଚନା ମିଳିନଥିଲା। ପରେ ସ୍ଥାନୀୟ ଲୋକେ ଜଙ୍ଗଲରେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରୁ ପୋଲିସ ଛାତ୍ରୀଙ୍କ ବ୍ୟାଗ୍ ସହ କିଛି ସାମଗ୍ରୀ ଜବତ କରିଛି।
ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ହୋଇପାରେ ବୋଲି ପୋଲିସ ସନ୍ଦେହ କରୁଛି। ଦୁଷ୍କର୍ମ ଆଶଙ୍କା ନେଇ ମଧ୍ୟ ଚର୍ଚ୍ଚା ହେଉଛି, ତେବେ ପୋଷ୍ଟମର୍ଟମ ରିପୋର୍ଟ ପରେ ସତ୍ୟାସତ୍ୟ ସ୍ପଷ୍ଟ ହେବ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button