Breaking PLUSଓଡ଼ିଶାମୁଖ୍ୟ ଖବର

ଖରିଫ ଧାନ କିଣା ସମୟସୀମା ୭ ଦିନ ବଢ଼ିଲା

ଓଡ଼ିଶାରେ ଖରିଫ ଧାନ କିଣା ପ୍ରକ୍ରିୟାରେ ରାଜ୍ୟ ସରକାର ୭ ଦିନର ବୃଦ୍ଧି କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ପୂର୍ବରୁ ମାର୍ଚ୍ଚ ୩୧ରେ ଧାନ କିଣା ଅବଧି ଶେଷ ହୋଇଥିଲା। କିନ୍ତୁ ଏବେବି ଅନେକ ଚାଷୀଙ୍କ ଧାନ ବିକ୍ରି ହୋଇନଥିବାରୁ ସରକାର ଏହି ସମୟସୀମାକୁ ଆଉ ୭ ଦିନ ପାଇଁ ବଢ଼ାଇଛନ୍ତି। ବିଶେଷ କରି ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବିକ୍ରି ହୋଇନଥିବା ଧାନକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଏହାକୁ ଦୃଷ୍ଟିରେ ରଖି ଚାଷୀଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

ରାଜ୍ୟର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ଯେ, ବୈଧ ଟୋକନ୍ ଥିଲେ ମଧ୍ୟ ଯେଉଁ ଚାଷୀ ଧାନ ବିକ୍ରି କରିପାରିନାହାନ୍ତି, ସେମାନଙ୍କୁ ପ୍ରଥମେ ସୁଯୋଗ ଦିଆଯିବ। ସେହିପରି ସମସ୍ତ ମଣ୍ଡି କର୍ତ୍ତୃପକ୍ଷଙ୍କୁ ସଚେତନ ରହି ସ୍ୱଚ୍ଛତାର ସହ ଧାନ ସଂଗ୍ରହ କରିବାକୁ କୁହାଯାଇଛି। ଏହି ନିଷ୍ପତ୍ତି ଫଳରେ ରାଜ୍ୟର ହଜାର ହଜାର ଚାଷୀ ଉପକୃତ ହେବେ।

Show More

Related Articles

Back to top button