Breaking PLUSଜୀବନଚର୍ଯ୍ୟାଦୁର୍ଘଟଣାମୁଖ୍ୟ ଖବର

ବଜ୍ରପାତ ନେଲା ନାବାଳକର ଜୀବନ

ଦେବଗଡ଼: ବଜ୍ରପାତ ନେଲା ନାବାଳକର ଜୀବନ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଦେବଗଡ଼ ଥାନା ଅନ୍ତର୍ଗତ ବିଛଣାପୁର ଗ୍ରାମରେ । ମିଳିଥିବା ସୂଚନା ଅନୁଯାୟୀ, ନାବାଳକ ଜଣକ ହେଲେ ବିଛଣାପୁର ଗ୍ରାମର ବାରକୋଟ ବ୍ଲକ୍‌ ଅନ୍ତର୍ଗତ ଦନ୍ତାରିବାହାଳ ଗ୍ରାମର ଟଙ୍କଧର ରଣାଙ୍କ ପୁଅ ରମଣୀକାନ୍ତ ରଣା । ବୟସ ୧୧ବର୍ଷ ରମଣୀକାନ୍ତ ଆଜି ଅପରାହ୍ନ ସମୟରେ ଘର ବାହାରେ ଆମ୍ବ ଗଛ ମୂଳେ ଖେଳୁଥିବା ସମୟରେ ହଠାତ ବଜ୍ରପାତ ହୋଇଥିଲା। ଯାହାଫଳରେ ରମଣୀକାନ୍ତ ଗୁରୁତର ହୋଇ ଅଚେତ ଅବସ୍ଥାରେ ପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନାବାଳକ ଜଣଙ୍କ ନିଜ ମାମୁଁ ଘରେ ରହି ପାଠପଢ଼ୁଥିବା ସୂଚନା ମିିଳିଛି ।

Show More

Related Articles

Back to top button