Breaking PLUSଓଡ଼ିଶାମୁଖ୍ୟ ଖବର

୨୨ରୁ ଉତ୍ତର ଓଡ଼ିଶାରେ ପୁଣି ପ୍ରବଳ ବର୍ଷା

ଭୁବନେଶ୍ୱର- ପୁଣି ବର୍ଷିବ ।  ଆସନ୍ତା ସେପ୍ଟେମ୍ବର ୨୨  ତାରିଖରୁ ଉତ୍ତର ଓଡ଼ିଶାରେ ପୁଣି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ପକ୍ଷରୁ ଏନେଇ ସତର୍କ ସୂଚନା ଜାରି କରାଯାଇଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର  ତଥା ଉପକୂଳବର୍ତ୍ତୀ ପଶ୍ଚିମବଙ୍ଗରେ ପୁଣିଥରେ  ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି।

ଏହାର ପ୍ରଭାବରେ ୨୪ ତାରିଖ ଯାଏ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ସତର୍କ କରାଇଛନ୍ତି।  ପୁଣି ଲଗାଣ ବର୍ଷା ହେବା ଦ୍ବାରା ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ବନ୍ୟା ସ୍ଥିତି ଅଧିକ ସଙ୍କଟଜନକ ହେବାର ଆଶଙ୍କା ରହିଛି ବୋଲି ସତର୍କ ସୂଚନା ଜାରି କରାଯାଇଛି।

ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍‌ଆରସି)ଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲାର ୧୦୧ଟି ଗାଁର ୨୦୩୫  ଜଣ ପ୍ରଭାବିତ ହୋଇଛନ୍ତି । ବନ୍ୟାରେ ଫସି ରହିଥିବା ୧୬୦୩ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ୩୩୪ଟି ଘର  କ୍ଷତିଗ୍ରସ୍ତ ହୋଇଛି। ବାଲେଶ୍ୱର ଓ ମୟୂରଭଞ୍ଜ  ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଉ ୨୪ ଘଣ୍ଟା ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ସେହିଭଳି କେନ୍ଦୁଝର ଜିଲ୍ଲାର ୫ଟି ବ୍ଲକ୍‌ର ୧୧୬୦ ଜଣ  ଓ ସୁନ୍ଦରଗଡ଼ ଜିଲ୍ଲାର ୧୫୩ ଜଣ ବନ୍ୟାରେ ପ୍ରଭାବିତ ହୋଇଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button