Breaking PLUSଓଡ଼ିଶାମୁଖ୍ୟ ଖବର
10 ତାରିଖ ବେଳକୁ ବଙ୍ଗୋପସାଗରରେ ଲଘୁଚାପ

ଭୁବନେଶ୍ୱର, 7 ମେ- ଆସନ୍ତା ୧୦ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ନେଇ ଭିନ୍ନ ଭିନ୍ନ ମଡେଲ ଆକଳନ କରିଛନ୍ତି। ପୂର୍ବରୁ GFS ଅନୁଯାୟୀ ଲଘୁଚାପ ଆକଳନ କରୁଥିବା ବେଳେ ଏବେ ECMWF ମଡେଲ ଅନୁମାନ କରିଛି ଯେ, ଆସନ୍ତା ୧୦ ସୁଦ୍ଧା ଶ୍ରୀଲଙ୍କା ଓ ତାମିଲନାଡୁ ଉପକୂଳରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର।
ବର୍ତ୍ତମାନ କେନ୍ଦ୍ରୀୟ ଭାରତରେ ଏକ ଟ୍ରାପ୍ ଲାଇନ୍ ରହିଛି, ଯାହା ପ୍ରଭାବରେ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ଲାଗି ରହିଛି। ମାତ୍ର ୧୧ ତାରିଖ ବେଳକୁ ଏହି ଟ୍ରାପ୍ ଲାଇନ୍ ଦୁର୍ବଳ ହେଲେ ଏହାପରେ ଲଘୁଚାପ କ୍ଷେତ୍ରଟି କେଉଁ ଦିଗକୁ ଯିବ ତାହା ସ୍ପଷ୍ଟ ହେବ।



