Breaking PLUSଓଡ଼ିଶାମୁଖ୍ୟ ଖବର
ଭିଜିଲାନ୍ସ ଜାଲରେ ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକ
ଭୁବନେଶ୍ୱର- ଭିଜିଲାନ୍ସ ଜାଲରେ ତାଳଚେର ଖଣି ଉପନିର୍ଦେଶକ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଖଣି ଉପନିର୍ଦେଶକ ଧରଣୀଧର ନାୟକଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢାଉ ଜାରି ରଖିଛି। ତେବେ ଚଢାଉ ସମୟରେ ଭିଜିଲାନ୍ସ ବିଭାଗ ଅମାପ ସମ୍ପତ୍ତି ଠାବ କରିଛି। ମାଳ ମାଳ କୋଠା, ପ୍ଲଟ୍ , ପୁଳା ପୁଳା ଟଙ୍କା ଜବତ କରାଯାଇଛି। ଯାହାକି ଭିଜିଲାନ୍ସ ବିଭାଗକୁ ତାଜୁବ କରିଛି। ଭୁବନେଶ୍ଵର ପଟିଆରେ ଫ୍ଲାଟ୍ ରହିଛି । ଯାହାର ମୂଲ୍ୟ ୧ କୋଟି ୩୦ ଲକ୍ଷ ଟଙ୍କା ହେବ । ଭୁବନେଶ୍ଵର ସୁନ୍ଦରପଦାରେ ଗୋଟିଏ ଡୁପ୍ଲେକ୍ସ କୋଠା, ତେଲକୋଇରେ ୨ଟି ମାର୍କେଟ୍ କମ୍ଲେକ୍ସ ଏବଂ ୧୯ଟି ଦୋକାନ ଘର ରହିଛି। ଏପରିକି ତେଲକୋଇରେ ଗୋଟିଏ କୋଠା ଠାବ କରାଯାଇଥିବାବେଳେ ଆଉ ଏକ କୋଠା ନିର୍ମାଣ ଚାଲିଛି। ଭୁବନେଶ୍ଵରରେ ଦୁଇଟି ଏବଂ ତେଲକୋଇରେ ୭ଟି ପ୍ଲଟ୍ , ନଗଦ ୯.୮୩ ଲକ୍ଷ ଟଙ୍କା ଏବଂ ଗୋଟିଏ କାର ମଧ୍ୟ ଠାବ କରିଛି ଭିଜିଲାନ୍ସ ବିଭାଗ।