ଆସନ୍ତୁ ଜାଣିବା କେଉଁ ବାରରେ ଜନ୍ମ ନେଲେ ମଣିଷର ସ୍ୱଭାବ କିପରି ରହିଥାଏ
ଜ୍ୟୋତିଷ ଶାତ୍ସ ଅନୁଯାୟୀ, ନିଜ ଜନ୍ମ ମାସ, ତାରିଖ, ସମୟ ତଥା ଦିନ ଉପରେ ମଣିଷର ଭାଗ୍ୟ ନିର୍ଦ୍ଧାରିତ ହୋଇଥାଏ । ନିଜ ଜନ୍ମ ଦିନରେ ମଧ୍ୟ ଜଡିତ ଥାଏ ବ୍ୟକ୍ତିର ଆଚରଣ ବା ସ୍ୱଭାବ । ଆସନ୍ତୁ ଜାଣିବା କେଉଁ ବାରରେ ଜନ୍ମ ନେଲେ ମଣିଷର ସ୍ୱଭାବ କିପରି ରହିଥାଏ-
୧- ସୋମବାର- ଯେଉଁ ମାନେ ଏହି ଦିନ ଜନ୍ମ ଗ୍ରହଣ କରିଥାନ୍ତି ସେମାନଙ୍କ ମଧ୍ୟରୁ ଅନେକ ଲୋକ ଆତ୍ମପ୍ରେରିତ ହୋଇଥାନ୍ତି । ଏମାନେ ନିଜ ଖୁସି ଏବଂ ଦୁଃଖକୁ ଭଲ ଭାବରେ ନିୟନ୍ତ୍ରଣ କରିଥାନ୍ତି ।
୨- ମଙ୍ଗଳବାର- ଯେଉଁ ବ୍ୟକ୍ତି ଏହି ଦିନ ଜନ୍ମ ଗ୍ରହଣ କରିଥାନ୍ତି ସେମାନେ ଟିକିଏ ରାଗି ସ୍ଵଭାବ ର ହୋଇଥାନ୍ତି । ଏହି କାରଣରୁ ସେମାନଙ୍କୁ ବିଭିନ୍ନ ପରିସ୍ଥିତିରେ ନିଜ ଆପଣାର ଲୋକ ମାନଙ୍କ ଠାରୁ ଦୂରେଇ ଯିବାକୁ ପଡିଥାଏ ।
୩- ବୁଧବାର- ଏହି ଦିନରେ ଜନ୍ମ ଗ୍ରହଣ କରିଥିବା ଲୋକଙ୍କ ସ୍ଵଭାବ ଧାର୍ମିକ ଅନୁଷ୍ଠାନ ଏବଂ ଆଧ୍ୟାତ୍ମିକ ପ୍ରତି ରହିଥାଏ ।
୪- ଗୁରୁବାର- ଏହି ଦିନ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ବହୁତ ବୁଦ୍ଧିମାନ ହୋଇଥାନ୍ତି । ଏମାନେ କଠିନ ରୁ କଠିନ ପରିସ୍ଥିତି ରେ ମଧ୍ୟ ସାହସିକତାର ସହିତ ନିଜ କାର୍ଯ୍ୟ କୁ ସମ୍ପର୍ଣ୍ଣ କରିଥାନ୍ତି ।
୫- ଶୁକ୍ରବାର- ଏହି ଦିନ ରେ ଜନ୍ମ ଗ୍ରହଣ କରିଥିବା ଲୋକଙ୍କୁ ଆପଣ ତାଙ୍କ ସ୍ଵଭାବ ତଥା ଆଚରଣ କାରଣରୁ ଭିଡ ଭିତରେ ମଧ୍ୟ ଆପଣ ତାଙ୍କୁ ଖୋଜି ପାଇ ପାରିବେ ।
୬- ଶନିବାର- ଯେଉଁ ବ୍ୟକ୍ତି ଶନିବାର ଦିନ ଜନ୍ମ ଗ୍ରହଣ କରିଥାନ୍ତି ସେମାନଙ୍କର ରୁଚି ବ୍ୟବସାୟ ମାର୍ଗ ରେ ରହିଥାଏ । ଏହା ସହିତ ଏମାନେ ବହୁତ ଉଚ୍ଚ ଆକାଙ୍ଖି ହୋଇଥାନ୍ତି । ଏମାନଙ୍କୁ ସାଧାରଣତ ଅନ୍ୟ କେହି କଥାରେ ହରାଇ ପାରନ୍ତି ନାହିଁ ।
୭- ରବିବାର- ଏହି ଦିନ ଜନ୍ମ ଗ୍ରହଣ କରିଥିବା ଲୋକମାନେ ଅଧିକ ଆକ୍ଟିଭ ହୋଇଥାନ୍ତି । ଏମାନେ ସବୁ କାର୍ଯ୍ୟ ରେ ଆଗରେ ରହିଥାନ୍ତି । ଭାଗ୍ୟ ସବୁବେଳେ ଏମାନଙ୍କ ସାଥ ଦେଇଥାଏ । ବନ୍ଧୁଗଣ ସପ୍ତାହର ୭ ଦିନ ତଥା ପ୍ରତ୍ୟକ ବାରରେ ଜନ୍ମ ଗ୍ରହଣ କରିବାର ବ୍ୟକ୍ତି ମାନଙ୍କ ସ୍ଵଭାବ ଏହିଭଳି ହୋଇଥାଏ ।