Breaking PLUSଓଡ଼ିଶାମୁଖ୍ୟ ଖବର

ନୂଆପଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ମୃତ

ନୂଆପଡ଼ା ସଦର ଥାନା ଅନ୍ତର୍ଗତ ଏକତା ଛକରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ମୁଣ୍ଡଉପରେ ଚଢ଼ିଗଲା ଟ୍ରକ୍। ଘଟଣାସ୍ଥଳରେ ସ୍ତ୍ରୀ ରୁକ୍ମିଣୀ ସାହୁଙ୍କ ମୃତ୍ୟୁ ହୋଇଛି।  ତରବଡ଼ି ଫାଣ୍ଡି ଅନ୍ତର୍ଗତ ରେଙ୍ଗାବାହାଲର ଛବିଲାଲ ସାହୁ ତାଙ୍କ ସ୍ତ୍ରୀ ରୁକ୍ମିଣୀ ସାହୁଙ୍କ ସହ ନିଜ ବାଇକରେ ଖରିଆର ରୋଡରେ ଥିବା ଶଶୁର ଘରକୁ ଯାଉଥିଲେ। ସକାଳ ପ୍ରାୟ ୮ଟା ବେଳେ ନୂଆପଡ଼ା ସଦର ଥାନା ଅନ୍ତର୍ଗତ ଏକତା ଛକରେ ରୁକ୍ମିଣୀ ବାଇକରୁ ଖସି ତଳେ ପଡ଼ିଯାଇଥିଲେ। ଏହି ସମୟରେ ଏକ ଦ୍ରୁତଗାମୀ ଟ୍ରକ୍ ରୁକ୍ମିଣୀ ସାହୁଙ୍କ ମୁଣ୍ଡଉପରେ ଚଢ଼ିଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

Show More

Related Articles

Back to top button