Breaking PLUSଓଡ଼ିଶାମୁଖ୍ୟ ଖବର

ନୂଆପଡ଼ା ଉପ-ନିର୍ବାଚନ ପାଇଁ ମତଦାନ ଆରମ୍ଭ

ନୂଆପଡ଼ା ଉପ-ନିର୍ବାଚନ ପାଇଁ ଆଜି ସକାଳୁ ମତଦାନ ଆରମ୍ଭ ହୋଇଛି । ଅବାଧ ଓ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ କରିବାକୁ ପ୍ରଶାସନ ଓ ପୁଲିସ ତତ୍ପର । ମଙ୍ଗଳବାର ମତଦାନ ପାଇଁ ପୋଲିଂ ଟିମ୍‌ ବୁଥ୍‌ରେ ଆଗୁଆ ପହଞ୍ଚି ପ୍ରସ୍ତୁତି ସାରିଛନ୍ତି। ଜିଲାର ୮ଟି ସମ୍ବେଦନଶୀଳ ବୁଥ ପାଇଁ ବାୟୁସେନା ବିମାନରେ ପୁଲିଂ ଟିମ୍‌କୁ ପଠାଯାଇଛି। ଆଇନଶୃଙ୍ଖଳା ନିୟନ୍ତ୍ରଣ ପାଇଁ କେନ୍ଦ୍ରୀୟ ସୁରକ୍ଷାବଳ, ରାଜ୍ୟ ସଶସ୍ତ୍ର ବାହିନୀ ଓ ପୁଲିସ ଅଧିକାରୀଙ୍କୁ ଗୁରୁଦାୟିତ୍ବ ଦିଆଯାଇଛି। ଆସନ୍ତା ୧୪ରେ ଭୋଟ୍‌ ଗଣତି ଥିବାରୁ ଅଧିକ ପୁଲିସ ଓ ସୁରକ୍ଷାବାହିନୀ ମୁତୟନ କରାଯିବ ବୋଲି ସୂଚନା ମିଳିଛି। ନୂଆପଡ଼ା ନିର୍ବାଚନମଣ୍ଡଳୀ(୭୧)ର ଉପ-ନିର୍ବାଚନ ପାଇଁ ୩୫୮ ବୁଥ ରହିଛି। ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ସରକାରୀ ନେସନାଲ ଉଚ୍ଚ ବିଦ୍ୟାଳୟରେ ୨ଟି, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଗୋଟିଏ, ଖରିଆରରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ ସରକାରୀ ଉଚ୍ଚ ବିଦ୍ୟାଳୟ ଖରିଆର ରୋଡରେ ୩ଟି; ଏପରି ମୋଟ୬ଟି ପିଙ୍କ ବୁଥ୍‌ କରାଯାଇଛି । ମୋଟ ୩୫୮ ଟି ବୁଥକୁ ପୋଲିଂ ପାର୍ଟି ପହଞ୍ଚିଛନ୍ତି ।

Show More

Related Articles

Back to top button