Breaking PLUSଓଡ଼ିଶାମୁଖ୍ୟ ଖବର

ଓଡ଼ିଶାରେ କ୍ଷୀର ଦର ବୃଦ୍ଧି କଲା ଓମ୍‌ଫେଡ୍‌

ଟୋନ୍‌ଡ ଦୁଗ୍ଧ ଲିଟର ପ୍ରତି ୪ ଟଙ୍କା ବୃଦ୍ଧି

ଭୁବନେଶ୍ୱର, 3 ମେ- ରାଜ୍ୟରେ  କ୍ଷୀର ଦାମ୍‌ ବୃଦ୍ଧି ହୋଇଛି। ଟୋନ୍ଡ କ୍ଷୀର ଲିଟର ପ୍ରତି ୪ ଟଙ୍କା ବୃଦ୍ଧି କରିଛି ଓମ୍‌ଫେଡ୍‌। ତେବେ ୫୦ ଟଙ୍କାରୁ ବୃଦ୍ଧି ପାଇ ଏହା ୫୪ ଟଙ୍କାରେ ପହଞ୍ଚିଛି। ପ୍ରିମିୟମ କ୍ଷୀର ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ହୋଇ ୫୪ ଟଙ୍କାରୁ ୫୮ ଟଙ୍କା ହୋଇଛି। ଗୋଲ୍ଡ ପ୍ରିମିୟର ପ୍ଲସ କ୍ଷୀର ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ପାଇ ୬୪ ଟଙ୍କା ହୋଇଛି। ଏହା ପୂର୍ବରୁ ୬୦ ଟଙ୍କା ଥିଲା।

ସେହିପରି ଗୋଲ୍ଡ ପ୍ରିମିୟର କ୍ଷୀର ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ପାଇଥିବାବେଳେ ଏହା ୫୬ ଟଙ୍କାରୁ ବୃଦ୍ଧି ପାଇ ୬୦ ହୋଇଛି। ଗୋଟିଏ ପ୍ୟାକେଟ୍‌ (୫୦୦ ମି.ଲି) ଉପରେ ୨ ଟଙ୍କା ବୃଦ୍ଧି ହୋଇଛି। ରବିବାରଠାରୁ ରାଜ୍ୟରେ ଓମ୍‌ଫେଡ୍‌ ଏହି ନୂଆ ଦାମ୍‌ ଲାଗୁ କରିଛି।

Show More

Related Articles

Back to top button