Breaking PLUSଓଡ଼ିଶାମୁଖ୍ୟ ଖବର

ଆହୁରି ବଢିବ ତାତି

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ । ଡହଡହ ଖରାରେ ଭାଜି ହେଉଛି ପୂରା ରାଜ୍ୟ । ପଶ୍ଚିମ ଓଡ଼ିଶାର ଜିଲାଗୁଡିକରେ ସର୍ବାଧିକ ତାପମାତ୍ରା ବଢ଼ୁଛି। ୬ଟି ସ୍ଥାନରେ ପାରଦ ୪୦ଡିଗ୍ରୀ ଟପିଛି। ରବିବାର ରାଜ୍ୟର ସର୍ବାଧିକ ତାପମାତ୍ରା ଟିଟିଲାଗଡ଼ରେ ୪୧.୫ ଡିଗ୍ରୀ ଥିବାବେଳେ ବଲାଙ୍ଗିର ଏବଂ ଭବାନୀପାଟଣାରେ ୪୧ ଡିଗ୍ରୀ ଲେଖାଏଁ ରହିଛି। ଝାରସୁଗୁଡ଼ାରେ ୪୦.୭, ସମ୍ବଲପୁରରେ ୪୦.୧, ହୀରାକୁଦରେ ୪୦ ଡିଗ୍ରୀ ରହିଛି। ସେହିପରି ଭୁବନେଶ୍ବରରେ ୩୭.୭ ଡିଗ୍ରୀ ଥିବାବେଳେ କଟକରେ ୩୭.୪, ସୁବର୍ଣ୍ଣପୁରରେ ୩୯.୯, ବୌଦ୍ଧରେ ୩୯.୫, ପାରଳାଖେମୁଣ୍ଡିରେ ୩୯.୨ ଡିଗ୍ରୀ ରହିଛି।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ସର୍ବାଧିକ ତାପମାତ୍ରା ୪ରୁ ୬ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ପଶ୍ଚିମ ଓଡ଼ିଶାର ଜିଲାଗୁଡିକରେ ଗ୍ରୀଷ୍ମ ଲହରୀ ଦେଖାଦେବ।

Show More

Related Articles

Back to top button