
ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ଜନ୍ମଦିନ ଅବସରରେ ରିଲିଜ୍ ହେଲା ପଠାନ୍’ । ଆଜି ୫୭ ବର୍ଷ ବୟସରେ ପାଦ ଥାପିଛନ୍ତି ଶାହାରୁଖ । ଏହି ଅବସରରେ ଫିଲ୍ମ ‘ପଠାନ୍’ର ଟିଜର ରିଲିଜ୍ କରିଛନ୍ତି ନିର୍ମାତା । ଯାହାକୁ ଦେଖିବା ପରେ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଶେୟାର ହୋଇଥିବା ଟିଜରରେ ଶାହାରୁଖ ଆକ୍ସନ ଭୂମିକାରେ ନଜର ଆସୁଛନ୍ତି। ଦୀପିକାଙ୍କ ଲୁକ୍ ମଧ୍ୟ ସାମ୍ନାକୁ ଆସିଛି।
ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ଫିଲଟି ୨୫ ଜାନୁୟାରୀ ୨୦୨୩ରେ ରିଲିଜ୍ ହେବାକୁ ଯାଉଛି। ଫିଲ୍ମରେ ଶାହାରୁଖ-ଦୀପିକାଙ୍କ ବ୍ୟତିତ ଜନ୍ ଆବ୍ରାହମ୍, ହ୍ରିତିକ୍ ରୋଶନ, ଡିମ୍ପଲ କପାଡିଆ ଆଦି ପ୍ରମୁଖ ଭୂମିକାରେ ଅଛନ୍ତି।