ବିଶ୍ୱ ବଜାରରେ ବଢୁଛି ଅଶୋଧିତ ତୈଳ ଦର । ବିଶ୍ୱ ବଜାରରେ ଅଶୋଦ୍ଧିତ ତୈଳ ଦର ବ୍ୟାରେଲ ପିଛା ୧୨୨ ଡଲାର ଉପରକୁ ଚାଲିଯାଇଛି । ଏହାମଧ୍ୟରେ ମଙ୍ଗଳବାର ବିଭିନ୍ନ ତୈଳ କମ୍ପାନୀ ପେଟ୍ରୋଲ-ଡିଜେଲର ଖୁଚୁରା ଦର ଜାରି କରିଛନ୍ତି । ବିଶ୍ୱବଜାରରେ ତୈଳ ଦର ବୃଦ୍ଧି ସତ୍ତ୍ୱେ ଘରୋଇ ବଜାରରେ ଦାମ୍ ଅପରିବର୍ତ୍ତିତ ରହିଛି ।
ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୬.୭୨ ଟଙ୍କାରେ ବିକ୍ରି ହେଉଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୧୦୯.୨୭ ଟଙ୍କା, ଚେନ୍ନାଇରେ ୧୦୨.୬୩ ଓ କୋଲକାତାରେ ୧୦୬.୦୩ ଟଙ୍କା ରହିଛି । ସେହିପରି ଦିଲ୍ଲୀରେ ଡିଜେଲର ଦର ୮୯.୬୨, ମୁମ୍ବାଇରେ ୯୫.୮୪, ଚେନ୍ନାଇରେ ୯୪.୨୪ ଓ କୋଲକାତାରେ ୯୨.୭୬ ଟଙ୍କା ରହିଛି । ସୂଚନାଯୋଗ୍ୟ, ପ୍ରତିଦିନ ସକାଳ ୬ଟାରେ ପେଟ୍ରୋଲ ଓ ଡିଜେଲର ନୂଆ ଦର ଜାରି ହୋଇଥାଏ । ପେଟ୍ରୋଲ ଓ ଡିଜେଲ ଦାମରେ ଏକସାଇଜ୍ ଡ୍ୟୁଟି, ଡିଲର କମିଶନ, ଭାଟ୍ ଓ ଅନ୍ୟ ସବୁ ଟ୍ୟାକ୍ସ ମିଶିଥାଏ । ଏ ସବୁ ମିଶିଲା ପରେ ହିଁ ଖୁଚୁରା ଦର ସ୍ଥିର ହୋଇଥାଏ ।