Breaking PLUSଦେଶମୁଖ୍ୟ ଖବର
ପ୍ୟାରିସ୍ ପାରାଲିମ୍ପିକ୍ସର କ୍ରୀଡାବିତଙ୍କୁ ଭେଟିଲେ ପିଏମ ମୋଦି

ନୂଆଦିଲ୍ଲୀ: ପ୍ୟାରିସ୍ ପାରାଲିମ୍ପିକ୍ସରେ ଇତିହାସ ରଚିବା ପରେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ଭାରତୀୟ ଦଳ। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ମୋଦୀ କ୍ରୀଡ଼ାବିତ୍ମାନଙ୍କ ସହ ଥଟ୍ଟା ମଜା କରୁଥିବା ଦେଖିବାକୁ ମିଳିଛି। ଇତିହାସ ରଚିଥିବା ପାରାଆଥ୍ଲେଟ୍ ଏବଂ ସେମାନଙ୍କ କୋଚ୍ମାନଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ।
ପ୍ୟାରିସ୍ ପାରାଲିମ୍ପିକ୍ସରେ ୨୯ଟି ପଦକ ଜିତି ରେକର୍ଡ଼ ସୃଷ୍ଟି କରିବା ପରେ ମଙ୍ଗଳବାର ସ୍ଵଦେଶ ଫେରିଛନ୍ତି ଭାରତୀୟ କ୍ରୀଡ଼ାବିତ୍। ପ୍ୟାରିସ୍ ପାରାଲିମ୍ପିକ୍ସରେ ୭ଟି ସ୍ୱର୍ଣ୍ଣ, ୯ଟି ରୌପ୍ୟ ଏବଂ ୧୩ଟି କାଂସ୍ୟ ସମେତ ମୋଟ୍ ୨୯ଟି ପଦକ ଜିତିଛି ଭାରତ। ଟୋକିଓ ପାରାଲିମ୍ପିକ୍ସର ରେକର୍ଡ ଭାଙ୍ଗିଛି ଭାରତ। ଟୋକିଓରେ ଭାରତ ୧୯ଟି ପଦକ ଜିତିଥିଲା ଏବଂ ପଦକ ତାଲିକାରେ ୨୪ତମ ସ୍ଥାନରେ ରହିଥିବାବେଳେ ପ୍ୟାରିସରେ ଭାରତ ୧୮ତମ ସ୍ଥାନ ହାସଲ କରିଛି।



