Breaking PLUSଦେଶମୁଖ୍ୟ ଖବର

2ଦିନିଆ ସାଉଦି ଆରବ ଗସ୍ତରେ ପିଏମ ମୋଦି

ନୂଆଦିଲ୍ଲୀ- 2ଦିନିଆ ସାଉଦି ଆରବ ଗସ୍ତରେ ପିଏମ ମୋଦି । ସାଉଦି ଆରବ ଯାଇ ଯୁବରାଜ ମହମ୍ମଦ ବିନ୍ ସଲମାନଙ୍କୁ ଭେଟିବେ ମୋଦୀ। ୨୦୧୬ ଏବଂ ୨୦୧୯ ରେ ରିୟାଦକୁ ଯାତ୍ରା କରିଥିବା ବେଳେ ଏହା ମଧ୍ୟପ୍ରାଚ୍ୟ ଦେଶକୁ ତାଙ୍କର ତୃତୀୟ ଗସ୍ତ।

ଗସ୍ତ ପୂର୍ବରୁ ପିଏମ ମୋଦି ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ,ଜେଦ୍ଦା ପାଇଁ ବାହାରୁଛି । ସେଠାରେ ମୁଁ ବିଭିନ୍ନ ବୈଠକ ଓ କାର୍ଯ୍ୟକ୍ରମରେ ଭାଗ ନେବି । ଭାରତ ସାଉଦି ଆରବ ସହିତ ଆମର ଐତିହାସିକ ସଂପର୍କକୁ ଗୁରୁତ୍ୱ ଦେଇଥାଏ । ଗତ ଦଶନ୍ଧିରେ ଦ୍ୱିପାକ୍ଷିକ ସଂପର୍କରେ ଉଲ୍ଲେଖନୀୟ ଗତି ଆସିଛି । ମୁଁ ସାମରିକ ଭାଗିଦାରି ପରିଷଦର ଦ୍ୱିତୀୟ ବୈଠକରେ ଭାଗ ନେବା ପାଇଁ ଉତ୍ସୁକ । ମୁଁ ସେଠାରେ ଭାରତୀୟ ସମୁଦାୟ ସହିତ ଆଲୋଚନା କରିବି ।

Show More

Related Articles

Back to top button