Breaking PLUSଦେଶମୁଖ୍ୟ ଖବରରାଜନୀତି
ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୦ ମଇ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଜୋସେଫ ବିଜୟଙ୍କୁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ସରେ ଲେଖିଛନ୍ତି, “ତିରୁ ସି. ଜୋସେଫ ବିଜୟଙ୍କୁ ତାମିଳନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାରୁ ଅଭିନନ୍ଦନ। ତାଙ୍କର ଆଗାମୀ କାର୍ଯ୍ୟକାଳ ପାଇଁ ଶୁଭେଚ୍ଛା। କେନ୍ଦ୍ର ସରକାର ତାମିଳନାଡୁ ସରକାର ସହ ମିଶି ଲୋକମାନଙ୍କ ଜୀବନମାନକୁ ଉନ୍ନତ କରିବା ପାଇଁ କାମ ଜାରି ରଖିବ।”



