Breaking PLUSଓଡ଼ିଶାମୁଖ୍ୟ ଖବର

ବିଶ୍ୱ ମାତୃ ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ନେତା

ଭୁବନେଶ୍ୱର-ବିଶ୍ୱ ମାତୃ ଦିବସର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ନେତା ।

ପବିତ୍ର ମାତୃ ଦିବସରେ ମାତୃଶକ୍ତିକୁ ନମନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମାତୃଶକ୍ତିର ସମ୍ମାନ, ସୁରକ୍ଷା ଓ ସଶକ୍ତିକରଣ ହିଁ ଆମର ସର୍ବୋଚ୍ଚ ଲକ୍ଷ୍ୟ ବୋଲି ସେ କହିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପବିତ୍ର ମାତୃ ଦିବସ ଅବସରରେ ମୁଁ ବିଶ୍ୱର ସମସ୍ତ ମାତୃଶକ୍ତିକୁ ମୋର ସଶ୍ରଦ୍ଧ ପ୍ରଣାମ ଜଣାଉଛି। ‘ମା’’ କେବଳ ଏକ ସମ୍ବୋଧନ ନୁହେଁ, ସେ ହେଉଛନ୍ତି ଶକ୍ତି, ସଂସ୍କାର ଏବଂ ସମାଜ ଗଠନର ଅକ୍ଷୟ ଆଧାର। ଆସନ୍ତୁ, ଆଜିର ଏହି ପବିତ୍ର ଦିବସରେ ଆମର ଜନ୍ମଦାତ୍ରୀ ମା’ ଏବଂ ଜନ୍ମଭୂମି ‘ଉତ୍କଳ ଜନନୀ’ଙ୍କ ଗୌରବ ରକ୍ଷା ପାଇଁ ପୁନଃ ସଙ୍କଳ୍ପବଦ୍ଧ ହେବା। ମାତୃଶକ୍ତିର ସମ୍ମାନ, ସୁରକ୍ଷା ଓ ସଶକ୍ତିକରଣ ହିଁ ଆମର ସର୍ବୋଚ୍ଚ ଲକ୍ଷ୍ୟ ହେଉ।

ବିଶ୍ୱ ମାତୃ ଦିବସର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ସ୍ନେହ, ଶକ୍ତି, ତ୍ୟାଗ ଏବଂ ଧୈର୍ଯ୍ୟର ମୂର୍ତ୍ତିମନ୍ତ ପ୍ରତୀକ ମା’। ସମଗ୍ର ମାନବ ଜଗତ ପ୍ରତି ମା’ମାନଙ୍କ ଅତୁଳନୀୟ ଅବଦାନକୁ ସମ୍ମାନ ଜଣାଇ ଆଜି ପାଳିତ ହେଉଛି ବିଶ୍ୱ ମାତୃ ଦିବସ । ଏହି ନିଆରା ଦିନରେ ଆପଣମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ।

ବିଶ୍ୱ ମାତୃ ଦିବସର ଶୁଭେଚ୍ଛା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ମା’ କେବଳ ଏକ ଶବ୍ଦ ନୁହେଁ, ଏହା ସ୍ନେହ, ଶ୍ରଦ୍ଧା, ତ୍ୟାଗ ଏବଂ ସମର୍ପଣର ଅନ୍ୟ ଏକ ନାମ ଅଟେ| ଆଜି ବିଶ୍ୱ ମାତୃ ଦିବସ ଅବସରର ମା’ଙ୍କ ପ୍ରତି ମୋର ସମ୍ମାନ ଜଣାଉଛି|

Show More

Related Articles

Back to top button